ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ଦ୍ୱିତୀୟ ଦିନରେ ଜାରି ରହିଛି ମଙ୍ଗୁ ମଠ ଉଚ୍ଛେଦ କାର୍ଯ୍ୟ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ପୁଣିଥରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଦ୍ୱିତୀୟ ଦିନରେ ମଙ୍ଗୁ ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମଠ ଚତୁଃପାର୍ଶ୍ୱ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଉଛି। ମଠ ପାଖ ଲଜିଂକୁ ମଧ୍ୟ ଉଚ୍ଛେଦ କରାଯାଉଛି। ଗତକାଲି ସିଂହଦ୍ୱାର ଆଗରେ ଥିବା ମଠର ଦୋକାନ ଘରକୁ ଭାଙ୍ଗି ଦିଆଯାଇଥିଲା ।

ମଙ୍ଗୁ ମଠ ମନ୍ଦିର, ଗାଦିଘର ଓ ମହନ୍ତଙ୍କ ବାସଗୃହ ଛାଡି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉଛେଦ କରାଯାଉଛି। ଏହି ମଠରେ ଲଜିଂ, ହୋଟେଲ ସହ ୨୦ଟି ଦୋକାନ ଘର ଅଛି। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସାମନା ଏମାର ମଠ, ଲଙ୍ଗୁଳି ମଠ ଓ ବଡ ଆଖରା ମଠର ୧୦ଏକର ଜମି ପ୍ରଶାସନ ଦଖଲକୁ ଯାଇଛି। ମଠ ମନ୍ଦିର ଗାଦି ଗୁଡିକର ପ୍ରତ୍ନତାତ୍ତ୍ୱିକ ବିଶେଷତ୍ୱ ରହୁଥିବାରୁ ସେଗୁଡିକର ପୁନଃନିର୍ମାଣ ସହ ସୌନ୍ଦର୍ଯ୍ୟକରଣ କରାଯିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭୫ ଭାଗ ଘର ଓ ଜମିକୁ ପ୍ରଶାସନ କ୍ରୟ କରି ସାରିଥିବାବେଳେ ସେଗୁଡିକର ମଧ୍ୟ ଉଚ୍ଛେଦ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.