FASTAGକୁ ନେଇ ଲୋକଙ୍କ ମଧ୍ୟରେ ତେଜିଲା ଅସନ୍ତୋଷ, ଘରେ ଛିଡା ହୋଇଥିବା କାରରୁ ବି କଟୁଛି ଟ୍ୟାକ୍ସ

ଆସନ୍ତା ଡିସେମ୍ବର ୧୫ ତାରିଖ ଠାରୁ ଦେଶର ସମସ୍ତ ଟୋଲ ପ୍ଲାଜା ଗୁଡିକରେ ଫାସଟାଗ ଵ୍ୟଵସ୍ଥା ଲାଗୁ ହେବାକୁ ଯାଉଛି । କିନ୍ତୁ ଯେଉଁ ମାନେ ପୂବରୁ ଫାସଟାଗ ବ୍ୟବସ୍ଥାକୁ ଆପଣେଇଛନ୍ତି ଦେଖାଯାଉଛି ସେମାନଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ଏହା ପୂର୍ବରୁ ଫାସଟାଗ ବ୍ୟବସ୍ତା ଲାଗୁ କରାଯିବାର ଶେଷ ତାରିଖ ଡିସେମ୍ବର ୧ ତାରିଖ ରଖା ଯାଇଥିବା ବେଳେ ବିଭିନ୍ନ କାରଣ ଦର୍ଶାଇ ଏହାକୁ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ଟୋଲପ୍ଲାଜାରେ ବିନା ଦ୍ବିଧାରେ ଯିବା ପାଇଁ ଏହି ଵ୍ୟଵସ୍ଥା ଆରମ୍ଭ କରାଯାଇଥିଲେ ମଧ୍ୟ ଅବ୍ୟବସ୍ଥା କାରଣରୁ ଲୋକଙ୍କୁ ଖୁବ ଅସୁବିଧା ମାନର ସାମ୍ନା କରିବାକୁ ପଡୁଛି ।

fastag

ଆସନ୍ତୁ ଏହି ଅଭିଯୋଗ ଗୁଡିକ ଉପରେ ଏକ ଦୃଷ୍ଟି ପକାଇବା । ଗୁରୁଃଗ୍ରାମ ନିକସ୍ଥତ ମାନେସରର ମୂଳ ନିବାସୀ ରାମକୁମାରଙ୍କ କହିବା ଅନୁଯାୟୀ ସେ ନିଜ କାର ପାଇଁ ଫାସଟାଗ କାଟି ବସରେ ଗୁରୁଃଗ୍ରାମ ଅଭିମୁଖେ ଯାଇଥିଲେ । କିନ୍ତୁ ଟୋଲ ଦେଇ ତାଙ୍କ ବସ ଯାଉଥିବା ସମୟରେ ହିଁ ତାଙ୍କ ବ୍ୟାଗ ଭିତରେ ଥିବା ଫାସଟାଗରୁ ପଇସା ଆପେ ଆପେ କଟି ଯାଇଥିଲା । ଏହା ବାଦ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ମଧ୍ୟ ସମାନ ଧରଣର ଅଭିଯାଗ ମାନ ଆସିବାରେ ଲାଗିଛି । ଦିଲ୍ଲୀ ନିବାସୀ ଆଉ ଜଣେ ଅଭିଯୋଗ କାରୀଙ୍କ କହିବା ଅନୁଯାୟୀ ସେ ନିଜ ସାଙ୍ଗର ଗାଡ଼ିରେ ଯାଉଥିଲେ ମଧ୍ୟ ଟୋଲ ପ୍ଲାଜା ନିକଟରେ ତାଙ୍କ ଫାସଟାଗରୁ ଟଙ୍କା କଟିଯାଇଥିଲା ।

ଏମିତିକି ଆଉ କିଛି ଲୋକଙ୍କ ଅନୁଯାୟୀ ଘରେ ଗାଡି ଥୁଆ ଯାଇଥିଲେ ମଧ୍ୟ ସେମାନଙ୍କ ଫାସଟାଗରୁ ଅଟୋମେଟିକ ଉପାୟରେ ପଇସା କଟିଯାଉଛି । ପରେ ମୋବାଇଲରେ ଏନେଇ ଅଭିଯୋଗ ମାନ ଆସିଥାଏ । ଅନ୍ୟ ପକ୍ଷରେ ମାସିକ ପାସ ବନେଇ ଥିବା ଲୋକମାନଙ୍କୁ ମଧ୍ୟ କିଛି କମ ଅସୁବିଧାର ସାମ୍ନା କରିବାକୁ ପଡୁନି । ମାସିକ ବ୍ୟବସ୍ଥାରେ କିଛିଟା ରିହାତି ମିଳୁଥିବାରୁ ଲୋକେ ମାସକ ପାଇଁ ଏହି ବ୍ୟବସ୍ଥା ଲାଗୁ କରୁଛନ୍ତି । କିନ୍ତୁ ସେମାନଙ୍କୁ ସେମିତି କିଛି ରିହାତି ସୁବିଧା ମିଳୁନାହିଁ ବୋଲି ଅଭିଯୋଗ ମଧ୍ୟ ଆସୁଛି । ଏନଏଚଏଆଇର ଦାବି ଅନୁଯାୟୀ ୨୪ ଘଣ୍ଟା ଭିତରେ ରିଟର୍ନ କରୁଥିଲେ ଟୋଲଟାକ୍ସ ଉପରେ ରିହାତି ମିଳିବ । କିନ୍ତୁ ବହୁ ସମୟରେ ଏହି ସୁବିଧା ମଧ୍ୟ ଉପଲବ୍ଧ ହେଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.