ଧର୍ମ ପରିବର୍ତ୍ତନ କଲେ ବିଶ୍ବର ସବୁଠାରୁ ଲମ୍ବା ଗୋଡ ଥିବା ମହିଳା

ବିଶ୍ବରେ ଅନେକ ଅଭୁତ ଏବଂ ରୋମାଞ୍ଚକ ଭଳି ଜିନିଷ ଦେଖାଯାଇଥାଏ। ଅନେକ ଥର ଏଭଳି ଅଭୁତ ଜିନିଷ ଆମମାନଙ୍କ ଧ୍ଯାନକୁ ସେଥିପ୍ରତି ଆକର୍ଷିତ କରାଇଥାଏ। ଯେପରି କିଏ ସବୁଠାରୁ ଲମ୍ବା, କାହାର ନଖ ବଡ ତ କିଏ ନିଜର ଲମ୍ବା କେଶ ପାଇଁ ବିଶ୍ବରେ ପ୍ରସିଦ୍ଧ। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ବିଶ୍ବରେ ସବୁଠାରୁ ଲମ୍ବା ଗୋଡ ଥିବା ଝିଅ କିଏ?

ଦୁନିଆରେ ସବୁଠାରୁ ଲମ୍ବା ଗୋଡ ଥିବା ମହିଳାଙ୍କ ନାଁ ହେଉଛି ଏକାଟେରିନା ଲିସିନା। ଏକାଟେରିନା ଋଷରେ ରୁହନ୍ତି। ନିଜର ଲମ୍ବା ଗୋଡ ପାଇଁ ଏକାଟେରିନାଙ୍କ ନାଁ ଗିନିଜ୍ ବୁକ୍ ରେ ଦୁଇଟି ରେକର୍ଡ ହାସଲ କରିଛନ୍ତି। ୨୯ ବର୍ଷିୟା ଏକାଟେରିନା ପେଶାରେ ଜଣେ ମଡେଲର। ତାଙ୍କୁ ବିଶ୍ବର ସବୁଠାରୁ ଲମ୍ବା ମଡେଲର ଭାବେ ମଧ୍ଯ ମାନ୍ଯତା ଦିଆଯାଇସାରିଛି। ଏକାଟେରିାଙ୍କ ଉଚ୍ଚତା ୬ ଫୁଟ୍ ୯ ଇଞ୍ଚ। ତାଙ୍କର ବାମ ପଟ ଗୋଡର ଲମ୍ବା ୧୩୨.୮ ସେମି ଏବଂ ଡାହାର ଗୋଡର ଲମ୍ବା ୧୩୨.୨ ସେମି।

woman-ଆପଣମାନେ ଏହା ଜାଣି ମଧ୍ଯ ଆଶ୍ଚର୍ଯ୍ଯ ହେବେ ଯେ ଏକାଟେରିନା ଲିସିନା ଏଭଳି ଏକ ପରିବାର ସହ ସମ୍ପର୍କ ରଖିଥାନ୍ତି, ଯେଉଁ ପରିବାରରେ ସମସ୍ତେ ଲମ୍ବା। ତାଙ୍କ ଭାଇଙ୍କ ଉଚ୍ଚତା ୬ଫୁଟ ୬ଇଞ୍ଚ, ପିତାଙ୍କ ଉଚ୍ଚତା ୬ଫୁଟ୍ ୫ଇଞ୍ଚ ଏବଂ ମା’ ଙ୍କ ଉଚ୍ଚତା ୬ଫୁଟ୍ ୧ ଇଞ୍ଚ। ଲିସିନାଙ୍କୁ ନିଜର ଅତ୍ଯଧିକ ଉଚ୍ଚତା ପାଇଁ ମଧ୍ଯ ଅନେକ ଥର ସମ୍ଯାର ସାମ୍ନା କରିବାକୁ ପଡିଛି। ତାଙ୍କୁ ବିମାନ ବା କାର୍ ରେ ବସି ଯାତ୍ରା କରିବା ପାଇଁ ଖୁବ୍ କଷ୍ଟକର ହୋଇଥାଏ।

ekଏହାବ୍ଯତୀତ ଏକାଟେରିନା ପୂର୍ବରୁ ବାସ୍କେଟବଲ୍ ଖେଳୁଥିଲେ। ଏକାଟେରିନା ଋଷର ରାଷ୍ଟ୍ରିୟ ଟିମ୍ ପକ୍ଷରୁ ୨୦୦୮ ମସିହାରେ ଖେଳି ବିଜିଂଗ ଅଲମ୍ପିକରେ କାସ୍ଯ ପଦକ ହାସଲ କରିଥିଲେ। ଆପଣ ଏହା ଜାଣିଲେ ମଧ୍ଯ ଆଶ୍ଚର୍ଯ୍ଯ ହେବେ ଏକାଟେରିନା ହିନ୍ଦୁ ଧର୍ମ ପାଳନ କରିଥାନ୍ତି। କିଛି ବର୍ଷ ପୂର୍ବରୁ ସେ ଧର୍ମ ପରିବର୍ତ୍ତନ କରି ମାତା ଲକ୍ଷ୍ମୀଙ୍କର ପରମ ଭକ୍ତ ହୋଇଛନ୍ତି। ସେହିଦିନ ଠାରୁ ସେ ଆମିଷ ଖାଇବା ମଧ୍ଯ ବନ୍ଦ କରିବା ସହ ପ୍ରତ୍ଯେକ ଦିନ ମାତାଙ୍କୁ ଧ୍ଯାନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.