କଥାକୁହା ରୋବୋଟ୍‌ ତିଆରି କଲେ ଏହି ଯୁବକ, ଦୁଇବର୍ଷ କଠିନ ପରିଶ୍ରମ ପରେ ମିଳିଲା ଅଦ୍ଭୁତ ସଫଳତା

ମଣିପୁରର ୨୧ ବର୍ଷୀୟ ଯୁବକ ଇରୋମ ରୋଶନ ଏକ ସ୍ୱତନ୍ତ୍ର ଧରଣର ରୋବୋଟ୍‌ ତିଆରି କରିଛନ୍ତି, ଯାହା ଇଂଲିଶରେ ଖବର ପଢ଼ିପାରୁଛି। କେବଳ ଖବର ପଢ଼ିବା ନୁହେଁ, ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଉପକରଣକୁ ମଧ୍ୟ ଚିହ୍ନିପାରୁଛି। ଏହାସହ ବସ୍ତୁଗୁଡ଼ିକୁ ଶହେ ମିଟର ପଯ୍ୟର୍ନ୍ତ ଉଠାଇପାରିବାର କ୍ଷମତା ରଖିଛି। ତେବେ ଅର୍ଥ ଅଭାବ ଯୋଗୁ ରୋଶନ ନିଜର ସ୍ନାତକ ପାଠ୍ୟକ୍ରମ ପୂରା କରିପାରିନାହାନ୍ତି।

ରେବୋଟ୍‌ ତିଆରି ପାଇଁ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ

ବିନା କୌଣସି ଟେକ୍ନୋଲୋଜି ସହାୟତାରେ ଇରୋମଙ୍କୁ ଏହି ରେବୋଟ୍‌ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୨ ବର୍ଷ ସମୟ ଲାଗିଯାଇଥିଲା। ଏଥିରେ ତାଙ୍କୁ ତାଙ୍କ ବାପା ଏବଂ ସ୍ଥାନୀୟ କେତେଜଣ ଲୋକ ସାହାଯ୍ୟ କରିଥିଲେ। ଇରୋମଙ୍କ ବାପା ଜଣେ କାଠୁରିଆ। ଇରୋମ କୁହନ୍ତି, ଏହି ରୋବୋଟ୍‌ ତିଆରି କରିବା ପାଇଁ ସେ ଇଣ୍ଟରନେଟର ସାହାଯ୍ୟ ନେଇଥିଲେ। ରୋବୋଟ ବିଷୟରେ ସେ ଖୁବ୍‌ ରିସର୍ଚ୍ଚ କରିଥିଲେ। ଏହାକୁ ବନାଇବା ପାଇଁ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

robot3

ମୋବାଇଲ୍‌ରେ କରିପାରିବେ କଣ୍ଟ୍ରୋଲ

ଇମ୍ଫାଲ ପଶ୍ଚିମ ଜିଲାର ସାଗୋଲବେଣ୍ଡ ମୋଇରଙ୍ଗ ହାନୁବାର ନିବାସୀ ଇରୋମ କୁହନ୍ତି, ଏହି ରୋବୋଟ ମୌଖିକ ଆଦେଶର ଜବାବ ଦେଇପାରିବ। ଏହାକୁ ମୋବାଇଲ୍‌ ଫୋନ୍‌ ଦ୍ୱାରା ନିୟନ୍ତ୍ରିତ କରାଯାଇ ପାରିବ। ରବିବାର ରୋଶନ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂଙ୍କୁ ଭେଟିଥିଲେ। ଏହି ସମୟରେ ସେ ନିଜ ରୋବୋଟ୍‌ର କାଯ୍ୟର୍ ଦେଖାଇଥିଲେ, ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କୁ ଖୁବ୍‌ ଉତ୍ସାହିତ କରିଥିଲେ।

ରାଜ୍ୟ ସରକାର ଦେବେ ୧ ଲକ୍ଷ ଟଙ୍କା ସହାୟତା ରାଶି

ମୁଖ୍ୟମନ୍ତ୍ରୀ ଟୁଇଟରରେ କହିଛନ୍ତି, କ୍ରୀଡ଼ା ଏବଂ ସଂସ୍କୃତି ବ୍ୟତୀତ ବିଜ୍ଞାନ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ମଣିପୁରରେ ଅନେକ ପ୍ରତିଭା ରହିଛନ୍ତି। ଆଇଟିଆଇ ଛାତ୍ର ଇରୋମ ଏମିତି ଏକ ରୋବୋଟ ତିଆରି କରିଛନ୍ତି, ଯାହା ଖବର ବି ପରିବେଷଣ କରିପାରିବ। ଏହି ରିସର୍ଚ୍ଚକୁ ଆଗକୁ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.