Below header

ଦକ୍ଷିଣ ଏସୀୟ କ୍ରୀଡାର ୮ମ ଦିନରେ ଭାରତୀୟ ଖେଳାଳି ଜିତିଲେ ୪୬ ପଦକ

ତ୍ରୟୋଦଶତମ ଦକ୍ଷିଣ ଏସିଆ ଖେଳରେ ଭାରତ ୨୯୭ ପଦକ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ଖେଳ ସମାପନ ହେବାର ଗୋଟେ ଦିନ ପୂର୍ବରୁ ଅର୍ଥାତ ୮ମ ଦିନରେ ବି ଭାରତୀୟ ଖେଳାଳି କୁସ୍ତିରେ ୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୩୧ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତିଯୋଗିତାର ଅଷ୍ଟମ ଦିନରେ ଖେଳାଳି ମାନେ ୩୧ ସ୍ୱର୍ଣ୍ଣ, ୧୨ ରୌପ୍ୟ ସମେତ ୪୬ କାଂସ୍ୟ ପଦକ ସମେତ ୪୬ ପଦକ ଜିତିଛନ୍ତି । ଏଯାବତ ଭାରତର ମୋଟ ପଦକ ସଂଖ୍ୟା ୨୯୭ରେ ପହଞ୍ଚିଛି । ଖେଳ ଶେଷ ସୁଦ୍ଧା ଏହା ୩୦୦ ଟପିବ ବୋଲି ଆଶା କରାଯାଉଛି । ଏଯାବତ ଦେଶ ୧୬୩ ସ୍ୱର୍ଣ୍ଣ, ୯୧ ରୌପ୍ୟ, ଓ ୪୩ କାଂସ୍ୟ ପଦକ ଜିତି ପଦକ ତାଲିକାର ଶୀର୍ଷ ସ୍ଥାନରେ ଅଛି । ଯେବେକି ନେପାଳ ୧୯୫ ପଦକ ଓ ଶ୍ରୀଲଙ୍କା ୨୩୬ ପଦକ ସହ ଯଥାକ୍ରମେ ତାଲିକାର ୨ୟ ଓ ୩ୟ ସ୍ଥାନରେ ଅଛନ୍ତି । କୁସ୍ତିରେ ଭାରତକୁ ମିଳିଛି ୧୪ ଟି ସ୍ୱର୍ଣ୍ଣ । ଏହା ସହ କବାଡି ଖେଳର ଉଭୟ ବର୍ଗ (ପୁରୁଷ ଓ ମହିଳା) ବିଭାଗରେ ଚମ୍ପିୟାନ ହୋଇ ସ୍ୱର୍ଣ୍ଣ ପଦକ ହାସିଲ କରିଛି । ଏମିତିକି ତଲଵାରବାଜି ବା ଖଣ୍ଡାଚାଳନାରେ ରେ ବି ଭାରତୀୟ ଖେଳାଳି ସୋମବାର ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟ ପକ୍ଷରେ ସୁଟିଂରେ ମଧ୍ୟ ଦେଶ ୧୮ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ହାସିଲ କରିଛି । ଭାରତୋଳନର ବିଭିନ୍ନ ବର୍ଗରେ ମଧ୍ୟ ଭାରତ ଏଯାବତ ୬ଟି ସ୍ୱର୍ଣ୍ଣ ପଦକ ଜିତିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.