Below header

କିଏ ବୁଝିବ ତପତିଙ୍କ ଦୁଃଖ? କାଖରେ ଦିବ୍ୟାଙ୍ଗ ଝିଅକୁ ଧରି ସରକାରୀ କାର୍ଯ୍ୟାଳୟକୁ ଦୈାଡି ଦୈାଡି ଘୋରି ହୋଇଗଲାଣି ଚପଲ

ଟାଙ୍ଗୀ(କେନ୍ୟୁଜ୍): ସତରେ ଭଗବାନଙ୍କ ନ୍ୟାୟ କଣ ଏମିତି । କାହାକୁ ମେଞ୍ଚେ ତ କାହା ପାଇଁ କେଞ୍ଚେ । ଆଜିକାଲି ଦୁନିଆରେ ଧନୀ ଆହୁରୀ ଧନୀ ହେବାକୁ ଲାଗୁଥିବାବେଳେ ଗରିବର ଦୁଃଖ ଦିନକୁ ଦିନ ବଢିବାରେ ଲଗିଛି । ସମୟ ଚକ୍ରରେ ସବୁକିଛି ପରିବର୍ତ୍ତନ ହେଇଯାଉଛି କିନ୍ତୁ ଗରିବ ସେଇ ଗରିବ ହିଁ ହୋଇ ରହିଯାଉଛି । ତା ଦୁଃଖ ବୁଝିବାକୁ ବଡ ବାବୁଙ୍କ ପାଖରେ ସମୟ ନାହିଁ । ଦୌଡି ଦୌଡି ଚପଲ ଘୋରି ହୋଇଯାଉଛି ହେଲେ ସରକାରୀ ଯୋଜନାକୁ ତାପାଇଁ ସାତ ସପନ ପାଲଟିଯାଉଛି । ଏମିତି ଏକ ଦୁଃଖଦ ଘଟଣା ଆଜି ସାମ୍ନାକୁ ଆସିଛି ଯାହାକୁ ଜାଣିବାପରେ ଆଖିର ଲୁହ ଆଖିରୁ ଝରିଯିବ ନିଶ୍ଚିତ ।

ଏହି କାହାଣୀ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟପୁର ଗ୍ରାମପଚାଂୟତର ବିଧବା ମହିଳା ତପତି ବେହେରାଙ୍କର। ଦିନେ ପରିବାର କହିଲେ ସ୍ୱାମୀ ଓ ତିନି ପିଲାଙ୍କୁ ନେଇ ଚାଲିଥିଲା। ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିଲେ ସ୍ବାମୀ । ସବୁକିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ସମୟ ସହିପାରିଲାନି ତପତିଙ୍କ ଖୁସି। ଗତ ୮ ମାସ ତଳେ ବିଦ୍ୟୁତ୍ ଆଘାତରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ତାପରେ ଯେପରି ସବୁକିଛି ହୋଇଗଲା ଅନ୍ଧକାର । ଦିନକୁ ଦିନ ତିନି ପିଲାଙ୍କୁ ନେଇ ଚଳିବା ତପତିଙ୍କ ପାଇଁ ହୋଇଗଲା କଷ୍ଟକର ।

tapati

ସେପଟେ ଜନ୍ମରୁ ବଡ ଝିଅ ଦିବ୍ୟାଙ୍ଗ । ଆଜକୁ ୧୦ ବର୍ଷ ବିତି ଯାଇଥିଲେ ସୁଧା ଏଯାଏ ବଡ ଝିଅଟିକୁ ମିଳିପାରିନି କୌଣସି ଭତ୍ତା । ଭିନ୍ନକ୍ଷମ ଭତ୍ତା ପାଇଁ ଭିନ୍ନକ୍ଷମ ପ୍ରମାଣ ପତ୍ର ଦରକାର। ଏବଂ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଆଧାର କାର୍ଡ ଦରକାର। କିନ୍ତୁ ଦୁଃଖର କଥା ଝିଅଟିର ହାତ ଆଙ୍ଗୁଳି କିମ୍ବା ଆଖି ରେଟିନା ସଠିକ୍ ମ୍ୟାଚ ନକରିବାରୁ । ଆଧାରକାର୍ଡ ଟିଏ ମଧ୍ୟ ହୋଇ ପାରୁନାହିଁ । ଯାହାଫଳରେ ଆଧାରକାର୍ଡ ନଥିବାରୁ ଭିନ୍ନକ୍ଷମ ପ୍ରମାଣ ପତ୍ର ବାହାରି ପାରୁନାହିଁ । ଫଳରେ ଭତ୍ତା ପାଇବାରୁ ବଚିଂତ ହୋଇରହିଛି ଝିଅଟି ।

ଏଥି ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହୋଇଗଲେଣି ତପତି କିନ୍ତୁ ଫଳ ଶୂନ । ତେବେ ପ୍ରଶ୍ନ ଉଠୁଛି ସରକାରଙ୍କ ଯୋଜନା ଯଦି ଏଭଳି ପରିବାର ପାଇବାରୁ ବଞ୍ଚିତ ରହୁଛନ୍ତି ତେବେ କାହାପାଇଁ କାର୍ଯ୍ୟକାରୀ ହେବ ? ଏବଂ କିଏ ଏହି ସବୁ ଯୋଜନାର ଫାଇଦା ଉଠାଇବ? ଅନ୍ୟପଟେ ଏହି ପରିବାରର ଦୁଃଖକୁ ତୁରନ୍ତ ସମାଧାନ କରିବା ସହିତ ସରକାରଙ୍କ ଯୋଜନାକୁ ସଠିକ୍ ଦିଗରେ କାର୍ଯ୍ୟକାରୀ କରିବା ନେଇ ସାଧାରଣରେ ଦାବି ହୋଇଛି ।

ଟାଙ୍ଗୀରୁ ମନୋଜ ନାଇଡୁଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.