Below header

କେନ୍ଦୁଝର ହୁଣ୍ଡୁଳା ଗାଁରେ ବୀଭତ୍ସ କାଣ୍ଡ, ଯୁବକଙ୍କୁ ପୋଡ଼ି ନୃଶଂସ ହତ୍ୟା

କେନ୍ଦୁଝର(କେନ୍ୟୁଜ୍): ଯୁବକଙ୍କୁ ପୋଡ଼ି ନୃଶଂସ ହତ୍ୟା । ଘଟଣା ଘଟିଛି କେନ୍ଦୁଝର ସଦର ଥାନା ହୁଣ୍ଡୁଳା ଗାଁରେ । ମୃତ ଯୁବକ ହେଲେ ପ୍ରଣବ ମହାନ୍ତ । ଗାଁର ଭୁବନ ଦାସ, ପିଙ୍କୁ ଦାସ,ଶକ୍ତି ଦାସ, ତାଙ୍କ ଭିଣେଇ ସହ ପରିବାର ଲୋକ ମାରିଥିବା ନେଇ ପ୍ରଣବର ପରିବାର ଲୋକ ଅଭିଯୋଗ କରିଛନ୍ତି ।

ନିଶା ଖାଇବା ପରେ ପ୍ରଣବ ଭୁବନଙ୍କ ପରିବାର ଲୋକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଭୁବନ ଓ ତାଙ୍କ ପରିବାର ପ୍ରଣବଙ୍କୁ ନିଆଁରେ ପୋଡି ମାରିଥିବା ଅଭିଯୋଗ କରିଛନ୍ତି ପ୍ରଣବଙ୍କ ଭଉଣୀ । ଏହାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଘଟଣାର ତଦନ୍ତ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.