ଲକ୍ଷଣ ନଥାଇ ମଧ୍ୟ ଶରୀରରେ ଦେଖାଯାଉଥିଲେ ଏହି ସଂକେତ ରୁହନ୍ତୁ ସତର୍କ, ହୋଇପାରେ ଡେଙ୍ଗୁ

ଏବେ ଅଧିକାଂଶ ସ୍ଥାନରେ ଡେଙ୍ଗୁ ଜରରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ତେବେ ଭାଇରାଲ ଜର ମଧ୍ୟ ପ୍ରାୟ ଡେଙ୍ଗୁ ଜର ଭଳି । ହେଲେ ଏହାର କିଛି ଲକ୍ଷଣ ଟିକେ ଭିନ୍ନ । ଅଧିକାଂଶ ଜର ଡେଙ୍ଗୁ ଲକ୍ଷଣ ନଥାଇ ମଧ୍ୟ ଡେଙ୍ଗୁ ହୋଇପାରେ । ବର୍ଷା ଦିନେ ଡେଙ୍ଗୁ ଓ ଭାଇରାଲ ଜର ମଧ୍ୟରେ ପ୍ରଭେଦ ଜାଣିବା କଷ୍ଟକର ହୋଇପାରେ । ବେଳେ ବେଳେ ଲୋକେ ଡେଙ୍ଗୁକୁ ଭାଇରାଲ ଜର ବୋଲି ଭାବି ନେଇଥାନ୍ତି । ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ ହୋଇଥାଏ । ତେଣୁ ଏହି ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବିନା ଲକ୍ଷଣରେ ବି ହୋଇଥାଏ ଡେଙ୍ଗୁ

ସାଧାରଣତଃ ଡେଙ୍ଗୁ ଜରରେ ଲକ୍ଷଣ କିଛି ଦିନ ମଧ୍ୟରେ ଦେଖିବାକୁ ମିଳିଥାଏ । ହେଲେ ଡେଙ୍ଗୁ ସଂକ୍ରମଣ ବିନା ଲକ୍ଷଣରେ ମଧ୍ୟ ଆପଣଙ୍କୁ ଶିକାର କରିପାରେ । ତେଣୁ ଆମେ ଡେଙ୍ଗୁ ଓ ଭାଇରାଲ ଜରର ଲକ୍ଷଣ ଜାଣିବା ବହୁତ ଜରୁରୀ ହୋଇଥାଏ । କାରଣ ଠିକ ସମୟରେ ଚିକିତ୍ସା କରାନଗଲେ ଏହା ଘାତକ ହୋଇପାରେ । ରୋଗୀକୁ ମୃତ୍ୟୁ ମୁଖକୁ ନେଇ ଯାଇପାରେ ।

ଡେଙ୍ଗୁ ଓ ଭାଇରାଲ କିପରି ଚିହ୍ନିବେ

ଡେଙ୍ଗୁ ଓ ଭାଇରାଲ ଜରର ଲକ୍ଷଣ ପ୍ରାୟ ଏକାଭଳି । ଯେପରି ଥଣ୍ଡା, ସର୍ଦ୍ଦି,କାଶ, ମୁଣ୍ଡବିନ୍ଧା,ଜର ଓ ଦେହ ଦରଜ , ବିନ୍ଧାବିନ୍ଧି ହୋଇଥାଏ । ତେବେ ଡେଙ୍ଗୁର କିଛି ଲକ୍ଷଣ ଅଲଗା ହୋଇଥାଏ ।

• ଡେଙ୍ଗୁରେ ପୀଡିତ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ହେବା ଭଳି ଚର୍ମ ଉପରେ ଚିହ୍ନ ଦେଖାଯାଇଥାଏ ।

• ଭାଇରାଲ ଜରରେ ଶରୀର ତାପମାତ୍ରା ୧୦୧ ଡିଗ୍ରୀ ଫାରାନାଇଟ ମଧ୍ୟରେ ରହୁଥିବା ବେଳେ ଡେଙ୍ଗୁ ଜରରେ ତାପମାତ୍ରା ୧୦୩ ରୁ ୧୦୪ ମଧ୍ୟରେ ରହିଥାଏ ।

• ଡେଙ୍ଗୁ ଜରରେ ଉଚ୍ଚ ତାପମାତ୍ରା ସହ ଅନ୍ୟ ଲକ୍ଷଣ ଦେଖାଯାଏ । କାରଣ ଭାଇରାଲ ଜର ସହ ଅନ୍ୟ ଲକ୍ଷଣ ବି ଡେଙ୍ଗୁ ହୋଇପାରେ ।

• ରୋଗୀକୁ ଯଦି ୩ /୪ ଦିନ ଜର ଲାଗି ରହେ ଓ ମେଡିସିନ ଦେବା ପରେ ମଧ୍ୟ ଭଳ ନହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ ।

ଜୀବନ ନେଇପାରେ ଡେଙ୍ଗୁ

ଡାକ୍ତରଙ୍କ କହିବା ଅନୁଯାୟୀ ଡେଙ୍ଗୁ ଜର ଯଦି ଠିକ ସମୟରେ ଚିକିତ୍ସା କରା ନଯାଏ ତେବେ ଏହା ଜୀବନହାନୀ କରିପାରେ । ଏସିଆ ଓ ଲାଟିନ ଆମେରିକାରେ ଡେଙ୍ଗୁ ଜରରେ ମୃତ୍ୟୁ ହାର ସର୍ବାଧିକ । ଯଦି ଠିକ ସମୟରେ ରୋଗୀର ଚିକିତ୍ସା କରାନଯାଏ,ତେବେ ରୋଗୀକୁ ବଂଚାଇବା କଷ୍ଟକର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.