Below header

ବଲାଙ୍ଗିର ପୌର ସଂସ୍ଥାର ମହିଳା ସଫେଇ କର୍ମଚାରୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ବାଲେଖ ତାଣ୍ଡିକୁ କୋର୍ଟ ଚାଲାଣ

ବଲାଙ୍ଗିର (କେନ୍ୟୁଜ୍): ବଲାଙ୍ଗିର ପୌର ସଂସ୍ଥାର ମହିଳା ସଫେଇ କର୍ମଚାରୀଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ବାଲେଖ ତାଣ୍ଡି ଓରଫ୍‌ ଗୁଲ୍‌ଠୁକୁ କୋର୍ଟ ଚାଲାଣ । ଏହି ହତ୍ୟାକାଣ୍ଡରେ ସେ ଏକମାତ୍ର ଅଭିଯୁକ୍ତ ବୋଲି ସ୍ୱୀକାର କରିଛି ଅଭିଯୁକ୍ତ।

ତ୍ରିକୋଣୀୟ ପ୍ରେମ ସଂପର୍କରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ସମସ୍ତ ଘଟଣାକୁ ବଖାଣିଥିଲା ଅଭିଯୁକ୍ତ। ଗତ ୨୪ ତାରିଖ ସଂଧ୍ୟାରେ ଅଭିଯୁକ୍ତ ଗୁଲ୍‌ଠୁ ପୌର ସଂସ୍ଥାର ମହିଳା ସଫେଇ କର୍ମଚାରୀଙ୍କୁ ହତ୍ୟା କରିଥିଲା। ରାସ୍ତା ଉପରେ ମୃତଦେହକୁ ଫୋପାଡ଼ି ଫେରାର ହୋଇଯାଇଥିଲା। ଘଟଣାରେ ତଦନ୍ତ ଚାଲିଥିବା କହିଛନ୍ତି ବଲାଙ୍ଗିର ଏସ୍‌ପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.