ମୁହଁ ଖୋଲିଲେ ଆଦିତ୍ୟ ଦାସଙ୍କ ରହସ୍ୟମୟୀ ବାନ୍ଧବୀ,କହିଲେ କେବେବି ବ୍ଲାକମେଲ କରିନାହିଁ କି ଫୋନରେ ଧମକ ଦେଇନାହିଁ

କେନ୍ୟୁଜ୍(ବ୍ୟୁରୋ):  ସାମନାକୁ ଆସିଲେ ଆଦିତ୍ୟଦାସଙ୍କ ରହସ୍ୟମୟୀ ବାନ୍ଧବୀ । ଫେସବୁକରେ ଫ୍ରେଣ୍ଡ ଓ ପରେ ପ୍ରେମ ସମ୍ପର୍କ । ହେଲେ ବାହାଘରରେ ଅସୁବିଧା ଯୋଗୁଁ ଦୁହେଁ ଦୂରେଇ ଯାଇଥିଲେ । ଆଦିତ୍ୟ ଦାସଙ୍କ ବାନ୍ଧବୀ କହିଛନ୍ତି ଦୁଇ ପରିବାରଙ୍କ ସହମତି ନହେବାରୁ ବାହାଘର ହୋଇପାରିନଥିଲା । କହିଛନ୍ତି ସେ କେବେବି ବ୍ଲାକମେଲ କରିନାହିଁ କି ଫୋନରେ ଧମକ ଦେଇନାହାନ୍ତି । ଆଦିତ୍ୟଙ୍କ ପରିବାର ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ସେ ସବୁ ପ୍ରକାର ତଦନ୍ତର ସାମନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚନ୍ମୟୀ । ଚିନ୍ମୟୀଙ୍କ ନାଁ ନନେଇ ଆଦିତ୍ୟଙ୍କ ବାପା ମା’ ତାଙ୍କୁ ସାଇକୋ ଲେଡୀ ବୋଲି କହିଥିଲେ ।

ସେପଟେ ତ୍ରିକୋଣୀୟ ପ୍ରେମ କାହାଣୀ ଟୁଇଷ୍ଟରେ ରଙ୍ଗ ଭରିଲେ ଆଦିତ୍ୟଙ୍କ ମାଆ । କହିଛନ୍ତି, ଆଦିତ୍ୟଙ୍କୁ ବିବାହ କରିବାକୁ ଜିଦ୍‌ କରୁଥିଲେ ସଂପୃକ୍ତ ଯୁବତୀ । ନଚେତ ହାତ କାଟିଦେଇ ଆତ୍ମହତ୍ୟା କରିବାକୁ ଦେଉଥିଲେ ଧମକ । କିନ୍ତୁ ଯୁବତୀ ମାଆ ଚାକିରିଆ ଜ୍ୱାଇଁ  ଖୋଜୁଥିବାରୁ ଏଥିରେ ରାଜି ନଥିଲେ । ଏଭଳି ଗୁମର ଖୋଲିଛନ୍ତି ଆଦିତ୍ୟଙ୍କ ମାଆ ।

ଧୀରେ ଧୀରେ ଖୋଲୁଛି ସାଇକୋ ଲେଡିଙ୍କ ଗୁମର । ଏକତରଫା ନୁହେଁ ଆଦିତ୍ୟ ଓ ସାଇକୋ ଲେଡି, ପରସ୍ପରକୁ ଭଲ ପାଉଥିଲେ । ଆଉ ଏହି ଭଲ ପାଇବା ପଛରେ ଲୁଚି ରହିଛି ଆଦିତ୍ୟଙ୍କର କିଛି ସିକ୍ରେଟ । ଯାହାକୁ ନେଇ ଯୁବତୀ ଆଦିତ୍ୟଙ୍କ ବ୍ଲାକମେଲ କରୁଥିଲେ । ଏଥିପାଇଁ ଆଦିତ୍ୟ ମାନସିକ ଚାପରେ ଥିଲେ ବୋଲି ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍‌ । ଖୁବ୍‌ଶୀଘ୍ର ସମ୍ପୃକ୍ତ ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ପ୍ରଶ୍ନ ଉଠୁଛି, କ’ଣ ସେହି ଗୁମର, ଯାହାକୁ ନେଇ ବ୍ଲାକମେଲ କରୁଥିଲେ ଯୁବତୀ? .

ଗତ ଜୁଲାଇ ୭ ତାରିଖ ଦିନ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ମିଳିଥିଲା ଆଦିତ୍ୟଙ୍କ ମୃତଦେହ । ଏଭିତରେ ଘଟଣାକୁ ବିତିଲାଣି ୫୭ ଦିନ, କିନ୍ତୁ ଡେଥ ସସପେନ୍ସ ଉପରୁ ପରଦା ହଟିନି । ଦିନ ଗଡ଼ିବା ସହ ମାମଲାରେ ଗୋଟିଏ ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ି ହେଉଛି ।

Leave A Reply

Your email address will not be published.