ସୋନୁ ସୁଦଙ୍କୁ ୨୦ ଥର ଟ୍ୱିଟ କରି ଜଣେ ଫ୍ୟାନ ମାଗିଥିଲେ ଆଇଫୋନ, ଅଭିନେତା ଦେଲେ ଏମିତି ଜବାବ

କରୋନା ସମୟରେ ସୋନୁ ସୁଦ ଅସହ୍ୟ ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଛାତ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅଭିନେତା ସାହାଯ୍ୟର ହାତ ବଢ଼ାଇଛନ୍ତି । ସୋସିଆଲ ମିଡିଆରେ ଅନେକ ଲୋକ ସୋନୁଙ୍କ ସାହାଯ୍ୟ ଲୋଡିଛନ୍ତି ଏବଂ ଅଭିନେତା ମଧ୍ୟ ସମସ୍ତଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ।

ଏଥି ସହିତ ଅନେକ ଲୋକ ଅନାବଶ୍ୟକ ଭାବରେ ତାଙ୍କୁ ଖୋଜୁଛନ୍ତି । ଏହି ସମୟରେ କିଏ ତାଙ୍କୁ ପ୍ଲେ ଷ୍ଟେସନ୍ ମାଗୁଛନ୍ତି ତ କିଏ କାର୍ । ତେବେ ନିକଟରେ ଜଣେ ପ୍ରଶଂସକ ସୋନୁ ସୁଦଙ୍କୁ ସିଧାସଳଖ ଏକ ଆଇଫୋନ୍ ମାଗିଛନ୍ତି । ଜଣେ ଉପଭୋକ୍ତା ସୋନୁଙ୍କୁ ଟୁଇଟ୍ କରି କହିଛନ୍ତି, ‘ସାର୍, ମୁଁ ଏକ ଆପଲ୍ ଆଇଫୋନ୍ ଚାହୁଁଛି, ଏଥିପାଇଁ ମୁଁ ୨୦ ଥର ଟୁଇଟ୍ କରିସାରିଲିଣି ।’


ତେବେ ସୋନୁ ସୁଦ ନିଜ ପ୍ରଶଂସକଙ୍କର ଏହି ଚାହିଦା ତ ପୂରଣ କରିନାହାଁନ୍ତି କିନ୍ତୁ ଏକ ମଜାଳିଆ ଉତ୍ତର ଦେଇଛନ୍ତି । ସୋନୁ ସୁଦ କହିଛନ୍ତି, ‘ମୁଁ ମଧ୍ୟ ଏକ ଫୋନ୍ ଚାହୁଁଛି, ଏଥିପାଇଁ ମୁଁ ଆପଣଙ୍କୁ ୨୧ ଥର ଟୁଇଟ୍ କରିପାରିବି।’ ଏହି ଟୁଇଟ୍ ସହିତ ସୋନୁ ଏକ ମଜାଳିଆ ଇମୋଜିର ମଧ୍ୟ ବ୍ୟବହାର କରିଛନ୍ତି । ତେବେ ସୋନୁ ସୁଦ ଏହା ପୂର୍ବରୁ ମଧ୍ୟ ଅନେକ ପ୍ରଶଂସକଙ୍କୁ ଏପରି ମଜାଳିଆ ଉତ୍ତର ଦେଇଛନ୍ତି । କିଛିଦିନ ପୂର୍ବରୁ ଜଣେ ଉପଭୋକ୍ତା ସୋନୁଙ୍କୁ ଏକ ପ୍ଲେ ଷ୍ଟେସନ୍ ମାଗିଥିଲେ । ତା’ପରେ ସୋନୁ ତାଙ୍କୁ କହିଥିଲେ ଯେ ତୁମେ ଭାଗ୍ୟବାନ ଯେଉଁଥିପାଇଁ ତୁମ ପାଖରେ ପ୍ଲେ ଷ୍ଟେସନ୍ ନାହିଁ, “ମୁଁ ତୁମକୁ ବହି ଦେଇପାରିବି” ।

Leave A Reply

Your email address will not be published.