Below header

କଂଗ୍ରେସ ଛାଡ଼ିବା ନେଇ ଇସାରା ଦେଲେ ବିଧାୟକ ନବ ଦାସ , କହିଲେ କର୍ମୀ ଚାହୁଁଛନ୍ତି ବିଜେଡିରେ ଯୋଗ ଦିଏ

ଝାରସୁଗୁଡ଼ା(କେନ୍ୟୁଜ୍) : କଂଗ୍ରେସ ଛାଡ଼ିବେ ଝାରସୁଗୁଡ଼ା ବିଧାୟକ ନବ ଦାସ । ଆସନ୍ତା ୨୪ରେ ସେ ବିଜେଡିରେ ଯୋଗ ଦେଇପାରନ୍ତି । ଝାରସୁଗୁଡ଼ାରେ ଏକ ସମାବେଶରେ ସେ ଏହି ସୂଚନା ଦେଇଛନ୍ତି । ବିଧାୟକ ନବ ଦାସ କହିଛନ୍ତି, ଲୋକ ଯାହା ଚାହୁଁଛନ୍ତି ତାକୁ ସେ ଗ୍ରହଣ କରିବେ । ଲୋକମାନେ ଚାହୁଁଛନ୍ତି ସେ ବିଜେଡିରୁ ନିର୍ବାଚନ ଲଢନ୍ତୁ । ଏଥିପାଇଁ ଜନସାଧାରଣ ତାଙ୍କୁ ଅନୁରୋଧ କରୁଛନ୍ତି । ଏ ବାବଦରେ ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ସେ ତାଙ୍କୁ ଜଣାଇବେ । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ। ୨୦୦୯ ଓ ୨୦୧୪ରେ ନବ ଦାସ ଝାରସୁଗୁଡା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ବିଧାୟକ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.