ନାଗା ବାବାଙ୍କୁ ମାଡ଼ ମାରିବା ଘଟଣାରେ ୭ଜଣ କିନ୍ନର ଗିରଫ

ଭୁବନେଶ୍ୱର : ଖଣ୍ଡଗିରିରେ ନାଗା ବାବାଙ୍କୁ ମାଡ଼ ମାରିବା ଘଟଣାରେ ୭ଜଣ କିନ୍ନରଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୨୩, ୨୯୪, ୩୮୫, ୫୦୬ ଓ ୩୪ ଅଧାରରେ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ଦୁଇଦିନ ତଳେ ଖଣ୍ଡଗିରି ବାରି ଅଞ୍ଚଳରେ ନାଗାବାବାଙ୍କୁ ୨୦ରୁ ଅଧିକ କିନ୍ନର ମାଡ ମାରିଥିଲେ । ଆଶ୍ରମ ସମ୍ମୁୁଖରେ କିନ୍ନର ମାନଙ୍କୁ ବାବା ଛିଡା ହେବାକୁ ବିରୋଧ କରିବାରୁ ସେମାନେ ଗୋଡାଇ ଗୋଡାଇ ପିଟିଥିଲେ ।

ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା । ସେହିଭଳି ଆଉ ଏକ ଭିଡିଓରେ ଘଟଣାସ୍ଥଳରେ କିଛି ପୋଲିସ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ତେବେ ପୋଲିସର ଉପସ୍ଥିତିରେ କିଭଳି ଏତେ ବଡ ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିବା ପରେ ଘଟଣାର ତଦନ୍ତ ଭାର ଜୋନ୍‌-୩ ଏସିପିଙ୍କୁ ଦିଆଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.