ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଦର୍ଶକଙ୍କ ପ୍ରବେଶ ପୂର୍ବରୁ ନନ୍ଦନକାନନକୁ କରାଯାଇଛି ସାନିଟାଇଜ୍‌

ଭୁବନେଶ୍ବର(କେନ୍ଯୁଜ):  ଦୀର୍ଘ ମାସ ପରେ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅଗଷ୍ଟ ଗାଇଡଲାଇନ୍‌ରେ ପର୍ଯ୍ୟଟକ ମାନଙ୍କ ପାଇଁ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ନନ୍ଦନକାନନ ଇନଚାର୍ଜ ନିର୍ଦ୍ଦେଶକ ମନୋଜ ମହାପାତ୍ର ସବୁ ଜାଗା ବୁଲି ଦେଖିଛନ୍ତି।

ଦର୍ଶକ ମାନଙ୍କ ପ୍ରବେଶ ପୂର୍ବରୁ ନନ୍ଦନକାନନକୁ ସାନିଟାଇଜ୍‌ କରାଯାଇଛି। ତେବେ କେବେ ଖୋଲିବ ଓ କେତେ ପର୍ଯ୍ୟଟକ ଆସିବେ ସେନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.