Below header

ରିମାଣ୍ଡ ପରେ ଆସିଲା ଚାଞ୍ଚଲ୍ୟକର ତଥ୍ଯ: ୨୫ ପ୍ରେମିକାଙ୍କୁ ଖୁସି କରାଇବାକୁ ନାରାୟଣ କରୁଥିଲା ଲୁଟ୍‌

ଭୁବନେଶ୍ବର: ରସିକିଆ ଲୁଟେରା ନାରାୟଣକୁ ନେଇ ଆସିଲା ଚାଞ୍ଚଲ୍ୟକର ସୂଚନା । ନାରାୟଣର ୨୫ ପ୍ରେମିକା ଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ । ନୟାପଲ୍ଲୀ ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ନାରାୟଣ ନନ୍ଦ । ପ୍ରେମିକାକୁ ଖୁସି କରିବାକୁ ଲୁଟ୍‌ ପାଟ୍‌ କରୁଥିଲା ନାରାୟଣ । ଅଭିଯୁକ୍ତ ନାରାୟଣର ରିମାଣ୍ଡରେ ନେଇ ପଚରାଉଚରା ବେଳେ ଅନେକ ତଥ୍ୟ ସାମନାକୁ ଆସିଛି । ପ୍ରେମିକାକୁ ଖୁସି କରିବାକୁ ଲୁଟ୍‌ କରୁଥିଲା ।

ନାରାୟଣ ନାଁରେ ରହିଛି ୨୬ଟି ମାମଲା ରହିଛି । ଭୋର ୪ଟାରୁ ୫ଟା ମଧ୍ୟରେ ସେ ଲୁଟ୍‌ କରୁଥିଲା । ଏବେ ସୁଦ୍ଧା ୨୫ରୁ ଅଧିକ ପ୍ରେମିକା ରଖିଛି ନାରାୟଣ । ପୂର୍ବରୁ ସେକ୍ସ ରାକେଟ ସେ ଚଲାଇଥିଲା । ଲକ ଡାଉନରେ ସେକ୍ସ ରାକେଟ ବନ୍ଦ ହେବା ପରେ ଲୁଟ ପାଟ୍‌ ଆରମ୍ଭ କରିଥିଲା । ଡ୍ରଗସ୍‌, ଲୁଟ୍‌ ଓ ସେକ୍ସ ରାକେଟରେ ସେ ସାମିଲ ଥିଲା । ତା ନିକଟରୁ ଏକ ସୁନା ଚେନ୍‌ ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.