ସାମ୍ନାକୁ ଆସିଲା ଷ୍ଟିଭ୍‌ ସ୍ମିଥ୍‌ଙ୍କ ଆଉ ଏକ ନୂଆ କାରନାମାର ଭିଡିଓ, ଦେଖନ୍ତୁ କେମିତି ଜୋତାରେ ଲିଭାଉଛନ୍ତି ବ୍ୟାଟ୍‌ମ୍ୟାନ୍‌ଙ୍କ କ୍ରିଜ୍‌ ଚିହ୍ନ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସିଡ୍‌ନୀ ଟେଷ୍ଟର ପଞ୍ଚମ ଦିନରେ ଷ୍ଟିଭ୍‌ ସ୍ମିଥ୍‌ ଋଷଭ ପନ୍ଥ କ୍ରିଜ୍‌ରେ ଲଗାଇଥିବା ଚିହ୍ନକୁ ପୋଛିବାର ବିିବାଦର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ସ୍ମିଥ୍‌ ଚିହ୍ନକୁ ନିଜ ଜୋତାରେ ଘଷି ଘଷି ଲିଭାଉଥିବା ଦେଖିବାକୁ ମିଳିଛି। ଷ୍ଟମ୍ପରେ ଲାଗିଥିବା କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ ହୋଇଛି।

ଦେଖନ୍ତୁ ଭିଡିଓ:

ଏହି ଘଟଣା ପଞ୍ଚମ ଦିନ ଡ୍ରିଙ୍କସ୍‌ ବ୍ରେକ୍‌ ବେଳେ ଘଟିଛି। ଭିଡିଓରେ ଦେଖାଯାଇଛି ଯେ ବ୍ରେକ୍‌ ବେଳେ ଗ୍ରାଉଣ୍ଡ ଷ୍ଟାଫ୍‌ ପିଚ୍‌ରେ ପହଞ୍ଚି ତାହାକୁ ସଫା କରୁଛନ୍ତି ଓ କ୍ରିଜ୍‌ ଲାଇନ୍‌କୁ ପୁଣିଥରେ ଧଳା ରଙ୍ଗରେ ପେଣ୍ଟ କରି ଚାଲିଯାଉଛନ୍ତି। ବ୍ରେକ୍‌ ସରିବା ପୂର୍ବରୁ ସ୍ମିଥ୍‌ ବ୍ୟାଟ୍‌ମ୍ୟାନ୍‌ ଠିଆ ହେଉଥିବା ସ୍ଥାନରେ ପହଞ୍ଚୁଛନ୍ତି ଓ ଚିହ୍ନକୁ ଜୋତାରେ ଘଷି ଘଷି ଲିଭାଇବାକୁ ଚେଷ୍ଟା କରୁଛନ୍ତି।

ତେବେ ଟିମ୍‌ ଇଣ୍ଡିଆକୁ ହରାଇବା ପାଇଁ ସ୍ମିଥ୍‌ଙ୍କର ଏହି ଯୋଜନାକୁ ପ୍ରଶଂସକମାନେ ଆଦୌ ପସନ୍ଦ କରିନାହାନ୍ତି। ସେମାନେ ଲଗାତାର ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ସମୟ ନିନ୍ଦା ମଧ୍ୟ କରୁଛନ୍ତି। ପ୍ରକାଶ ଯେ ପୂର୍ବରୁ ବଲ ଟ୍ୟାମ୍ପରିଂ ଅଭିଯୋଗରେ ସ୍ମିଥ୍‌ଙ୍କ ଉପରେ ବର୍ଷେ ଯାଏଁ ପ୍ରତିବନ୍ଧକ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.