ମାତ୍ର ୩ ଦିନରେ ରେକର୍ଡ କଲା Telegram, ଯୋଡି ହେଲେ ଅଢେଇ କୋଟି ନୂଆ ୟୁଜର୍ସ

ହ୍ବାଟସଆପର ପ୍ରାଇଭେସି ପଲିସି ପରେ ଟେଲିଗ୍ରାମ ଏବଂ signal ଆପ୍ ଆଡକୁ ଲୋକ ମୁହଁ ମୋଡିଛନ୍ତି। ଲୋକେ ଭାବୁଛନ୍ତି କି, ପୂର୍ବଭଳି ହ୍ବାଟସଆପ୍ ସୁରକ୍ଷିତ କିମ୍ବା ପ୍ରାଇଭେଟ ହୋଇନାହିଁ। ତେଣୁ ଏହାର ବିକଳ୍ପ ଖୋଜିବାରେ ଲାଗିଛନ୍ତି ୟୁଜର୍ସ।

ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ ମୁତାବକ, ଗତ ୭୨ ଘଣ୍ଟାରେ ପାଖାପାଖି ୨.୫୦ କୋଟି ନୂଆ ୟୁଜର୍ସ ଯୋଡି ହୋଇଛନ୍ତି। ଏହାସହିତ ଟେଲିଗ୍ରାମର ଟୋଟାଲ ଆକ୍ଟିଭ ୟୁଜର୍ସଙ୍କ ସଂଖ୍ଯା ୫୦ କୋଟି ପାର ହୋଇଛନ୍ତି। କମ୍ପାନୀର ସିଇଓ ଏଥିପାଇଁ ୟୁଜର୍ସଙ୍କୁ ଧନ୍ଯବାଦ ମଧ୍ୟ ଜଣାଇଛନ୍ତି। ଟେଲିଗ୍ରାମ ମୁତାବକ, ନୂଆ ୟୁଜର୍ସଙ୍କ ମଧ୍ୟରେ ୩୮ ପ୍ରତିଶତ, ୨୭ % ୟୁରୋପ, ୨୧% ଆମେରିକାର ରହିଛନ୍ତି।

telegram

ଏହାକୁ ନେଇ ଟେଲିଗ୍ରାମ ସିଇଓ କହିଛନ୍ତି, ଲୋକ ଏବେ ଫ୍ରି ସର୍ଭିସ ପାଇଁ ନିଜର ପ୍ରାଇଭେସି ଏକ୍ସଚେଞ୍ଜ କରିବାକୁ ଚାହୁଁନାହାନ୍ତି। ଅନ୍ଯ ଆପ୍ ଭଳି ଟେଲିଗ୍ରାମ ପାଖରେ ନା ସେୟାରହୋଲଡର ନା ବିଜ୍ଞାପନଦାତା ନାହାନ୍ତି। କମ୍ପାନୀ କୌଣସି ସରକାରୀ ଏଜେନ୍ସୀ ନା କୌଣସି ମାର୍କେଟ ସହିତ ଡିଲ୍ ମଧ୍ୟ କରୁନାହିଁ। କମ୍ପାନୀ ୨୦୧୩ରୁ କୌଣସି ୟୁଜର୍ସରଙ୍କ ପ୍ରାଇଭେଟ ଡାଟାକୁ କୌଣସି ଥାର୍ଡ ପାର୍ଟିକୁ ଦେଇନାହିଁ।

ଭାରତରେ ଏବେ ନୁହେଁ ଗତ ଦୁଇବର୍ଷ ହେଲାଣି ଟେଲିଗ୍ରାମ ବେଶ ଲୋକପ୍ରିୟ ହେବାରେ ଲାଗିଛି। ଏହା ଏକ ଲୋକପ୍ରିୟ ଆପ୍ ଯେଉଁଥିରେ ଫାଇଲ ମଧ୍ୟ ସେୟାର ହୋଇପାରୁଛି। ଆଉ ସବୁଠାରୁ ବଡ କଥା ହେଲା ଏଥିରେ ଫିଲ୍ମ, ୱେବ ସିରିଜ ମଧ୍ୟ ଡାଇନଲୋଡ ହୋଇପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.