ଏହି ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବରୁଣ-ନତାଶ, ବୁକିଂ କଲେ ଗ୍ରାଣ୍ଡ୍‌ ହୋଟେଲ

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବରୁଣ ଧଓ୍ଵନ୍‌ ଓ ନତାଶା ଦଲାଲ। ୨୦୨୦ରେ ଏହି ଯୋଡ଼ି ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ କରୋନା ଯୋଗୁ ସେମାନେ ବିବାହ କରିନଥିଲେ। ଏବେ ସାମ୍ନାକୁ ଆସିଥିବା ରିପୋର୍ଟ ମୁତାବକ, ବରୁଣ ଓ ନତାଶା ଏହି ମାସରେ ବିବାହ କରିବେ। ପଞ୍ଜାବୀ ରୀତିନୀତି ଅନୁସାରେ ଉଭୟ ବିବାହ କରିବେ। ଏଥିପାଇଁ ପରିବାର ତରଫରୁ ଅଲିବାଗରେ ଏକ ୫ ଷ୍ଟାର ହୋଟେଲ ମଧ୍ୟ ବୁକ୍‌ କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି ବିବାହରେ କେବଳ ୨୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

 

View this post on Instagram

 

A post shared by VarunDhawan (@varundvn)

ନିକଟରେ ଏକ ଇଣ୍ଟରଭ୍ୟୁରେ ବରୁଣ ମଧ୍ୟ ବିବାହକୁ ନେଇ ମୁହଁ ଖୋଲିଥିଲେ। ସେ ବିବାହକୁ ନେଇ ଯୋଜନା କରୁଥିବା କହିଥିଲେ। ସେ କହିଥିଲେ, ହୋଇପାରେ ୨୦୨୧ରେ ମୁଁ ନତାଶାଙ୍କୁ ବିବାହ କରିପାରେ। ଦୁଇ ବର୍ଷ ହେଲା ବିବାହକୁ ନେଇ କଥାବାର୍ତ୍ତା ଚାଲିଛି। କିନ୍ତୁ ଏବେ ଯାଏଁ କିଛି ଫିକ୍ସ ହୋଇନାହିଁ।

 

View this post on Instagram

 

A post shared by VarunDhawan (@varundvn)

ପ୍ରକାଶ ଯେ ବରୁଣ ଓ ନତାଶା ଦଲାଲ ପରସ୍ପରକୁ ସ୍କୁଲ ଦିନଠାରୁ ହିଁ ଜାଣିଛନ୍ତି। ଉଭୟେ ପ୍ରଥମେ ସାଙ୍ଗ ଥିଲେ। ତା’ ପରେ ସମ୍ପର୍କ ବଢ଼ିଥିଲା ଓ ସେମାନେ ପରସ୍ପରକୁ ଡେଟ୍‌ କରିବାକୁ ଲାଗିଲେ। ଉଭୟ ବରୁଣ ଓ ନତାଶା ଏକାଠି ଛୁଟି କାଟିବାକୁ ବାହାରକୁ ମଧ୍ୟ ଯାଇଥାନ୍ତି। ସେମାନେ ଅନେକ ଥର ମିଡିଆ ସାମ୍ନାରେ ସ୍ପଟ୍‌ ମଧ୍ୟ ହୋଇଛନ୍ତି। ଏବେ ଉଭୟେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.