Below header

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା: ଏନକାଉଣ୍ଟରରେ ହାର୍ଡକୋର ମାଓନେତା ହିଡ଼ମାର ମୃତ୍ୟୁ

ମାଲକାନଗିରି : ଟପ୍‌ ମାଓନେତା ହିଡ଼ମା ମୃତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା । ଚିକପାଲ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓନେତା ହିଡ଼ମାର ମୃତ୍ୟୁ ହୋଇଛି ।ମୃତ ଦେହ ଉଦ୍ଧାର ପରେ ଏହା ଟପ୍‌ ମାଓନେତା ହିଡ଼ମାର ବୋଲି ଜଣାପଡିଥିଲା । ହିଡମା ମୁଚାକି ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ଜବତ ହୋଇଛି । DRG ଯବାନ ଅପରେସନ ବେଳେ ଏହି ସଫଳତା ମିଳିଛି । ଏବେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.