Below header

ପଡିଆରେ ପାଦ ଘଷିବାକୁ ନେଇ ମୁହଁ ଖୋଲିଲେ ସ୍ମିଥ, ଏମିତି ବଖାଣିଲେ ନିଜ ଦୁଃଖ

ଅଷ୍ଟ୍ରେଲିଆ ଟିମର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ନାଁରେ ଉଠିଥିବା ଅଭିଯୋଗକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ସ୍ମିଥ । ତାଙ୍କ ନାଁରେ ଉଠିଥିବା ଏପରି ଏକ ମିଛ ଆରୋପକୁ ନେଇ ସେ ନିଜେ ଚକିତ ଥିବା ନେଇ କହିଛନ୍ତି । ଏହା ମଧ୍ୟ ତାଙ୍କୁ ଖୁବ ଦୁଃଖିତ କରିଥିବା ନେଇ କହିଛନ୍ତି । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିଡନୀ ଠାରେ ଅନୁଷ୍ଠିତ ହୋଇଥିବା ତୃତୀୟ ଟେଷ୍ଟର ଶେଷ ବା ପଞ୍ଚମ ଦିନରେ କ୍ରିଜ ଆଖପାଖରେ ପାଦ ଘଷିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ଦେଶ ବିଦେଶର ସୋସିଆଲ ମିଡ଼ିଆ ୟୁଜର୍ସ ମାନେ ବି ସ୍ମିଥଙ୍କ ଉପରକୁ ଆଙ୍ଗୁଠି ଉଠାଇବା ଆରମ୍ଭ କରିଦେଇଥିଲେ ।

ଏକ ସମ୍ବାଦ ପତ୍ର ସଂସ୍ଥାକୁ ସାକ୍ଷାତ୍କାର ଦେବା ସମୟରେ ସ୍ମିଥ କହିଛନ୍ତିକି, “ମୁଁ ଖୁବ ସ୍ତବ୍ଧ ଓ ନିରାଶ ଅଛି । ପଡିଆରେ ମୁଁ ନିଜ ପକ୍ଷ ଓ ଅପର ପକ୍ଷ ଖେଳାଳିଙ୍କ ସ୍ଥିତି ଓ ଖେଳ ଶୈଳୀ ଜାଣିବାକୁ ଏପରି କରିଥାଏ । ବ୍ୟାଟ୍ସମ୍ୟାନ ମାନେ ଆମ ବୋଲରଙ୍କୁ କେମିତି ଠଉରନ୍ତି ତାହା ସେ ଏହି ମାଧ୍ୟମରେ ହିଁ ଜାଣିଥାନ୍ତି । ଏହା ମୋର ଅଭ୍ୟାସ ।” ସୂଚନା ଦେବା ଉଚିତ ହେବକି ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ ଜଷ୍ଟିନ ଲେଙ୍ଗର ସ୍ମିଥଙ୍କ ଏପରି ଆଚରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଥିଲେ କି ଷ୍ଟିଭଙ୍କୁ ନେଇ ଉଠିଥିବା ଏହି ଆରୋପକୁ ସେ କେବେ ମଧ୍ୟ ସମର୍ଥନ କରିବେ ନାହିଁ ।

ତାଙ୍କ ଅନୁଯାୟୀ ଷ୍ଟିଭ ଅଧିକାଂଶ ସମୟରେ ଅଜବ ଧରଣର ହରକତ କରିଥାନ୍ତି । ଏହାର ଅର୍ଥ ନୁହେଁଯେ, ସେ ପ୍ରତିପକ୍ଷଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି | ସେପଟେ ଅଷ୍ଟ୍ରେଲିଆ କ୍ୟାପଟେନ ପେନ ବି ସ୍ମିଥଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି । କହିରଖୁଛୁକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟର ସିରିଜର ଶେଷ ଟେଷ୍ଟ ମ୍ୟାଚ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବା ନେଇ ସ୍ଥିର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.