ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା: ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ରାଜି ହେଲାନି ଅଭିଯୁକ୍ତ, ଲେୟର ଭଏସ ଆନାଲିସିସ୍‌ ଟେଷ୍ଟ ପାଇଁ ଆବେଦନ କରିବ ଏସଆଇଟି

ନୟାଗଡ଼ : ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ରାଜି ହେଲାନି ଅଭିଯୁକ୍ତ । ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅରାଜି । ଏନେଇ ସେ ଲିଖିତ ଭାବେ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ଜଣାଇଛି । ଏହାପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ବିଚାରକୁ ସ୍ଥଗିତ ରଖିଛନ୍ତି । ଏବେ ଲେୟର ଭଏସ ଆନାଲିସିସ୍‌ ଟେଷ୍ଟ ପାଇଁ ଆବେଦନ କରିବ ଏସଆଇଟି ବୋଲି ସୂଚନା ମିଳିଛି ।

ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଗତ ୮ ତାରିଖରେ ଏସଆଇଟି ପକ୍ଷରୁ ଆବେଦନ କରାଯାଇଥିଲା । ଏହା ଉପରେ ଆଜି ଶୁଣାଣି ଥିବାରୁ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଅଭିଯୁକ୍ତକୁ କଡା ସୁରକ୍ଷା ବଳୟ ଭିତରେ ଆଣିଥିଲା ଅନୁଗୁଳ ପୋଲିସ। ପୂର୍ବରୁ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ମଧ୍ୟ ଅଭିଯୁକ୍ତ ରାଜି ହୋଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.