ହୁ ହୁ ହୋଇ ବଢ଼ୁଛି କରୋନା ମାମଲା, ବିବାହ ଓ ଅନ୍ତିମ ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରଶାସନ

କରୋନା ମହାମାରୀ ଏବେ ପୁଣିଥରେ ଉଗ୍ରରୂପ ଧାରଣ କରିଛି। ଟିକା ଆସିଯାଇଥିଲେ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିନଥିବାରୁ ଏବେ ବି ସାଧାରଣ ଜନତା ଭୟଭୀତ ଅଛନ୍ତି। ତେବେ ଇତିମଧ୍ୟରେ ଖବର ଆସିଛି ଯେ ଚୀନ୍‌ରେ କରୋନା ଭାଇରସ୍‌ ଭୟଙ୍କର ଭାବେ ବ୍ୟାପୁଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ୍‌ର କମ୍ୟୁନିଷ୍ଟ ସରକାର ଅନେକ ବଡ଼ ବଡ଼ ପଦକ୍ଷେପ ନେଇଛନ୍ତି।

ଚୀନ୍‌ ସରକାର ଦେଶର ୪ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅନ୍ୟପଟେ ଗ୍ରାମୀଣ ଅଞ୍ଚଳରେ ବିବାହ ଓ ଅନ୍ତିମ ସଂସ୍କାର ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ପ୍ରଶାସନ ତରଫରୁ ଚେତାବନୀ ଜାରି କରାଯାଇ କୁହାଯାଇଛି ଯେ ଲୋକମାନେ ଯେଭଳି କୌଣସି ଗହଳି ହେବା ଭଳି କାର୍ଯ୍ୟକ୍ରମ ଆୟୋଜନ ନ କରନ୍ତି। କୁହାଯାଇଛି ଯେ ଆଗାମୀ ଦିନରେ ଚୀନ୍‌ରେ ପରିସ୍ଥିତି ଆହୁରି ଭୟାବହ ହେବ।

ରାଜଧାନୀ ବେଜିଂ ନିକଟସ୍ଥ ଚୀନ୍‌ର ହୁଓ୍ଵାଇ ପ୍ରାନ୍ତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକଭାବେ ବୃଦ୍ଧି ପାଇଛି। ଫଳରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଏହି ଅଞ୍ଚଳରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ, ବିବାହ ଓ ଅନ୍ତିମ ସଂସ୍କାରରେ ଲୋକ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି।

ସୂଚନାଯୋଗ୍ୟ ଯେ ହୁଓ୍ଵାଇରେ ଏକ ବିବାହ କାର୍ଯ୍ୟକ୍ରମରେ ୩୦୦ରୁ ଊର୍ଦ୍ଧ୍ୱ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିରୁ ପ୍ରାୟ ୨୦୦ ଲୋକ ଗାଁରେ ରହୁଥିବା କୃଷକ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ବଡ଼ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.