ଲଜ୍ଜାଜନକ ଘଟଣା: ୪୦ ବର୍ଷୀୟ ବ୍ୟକ୍ତି ରାସ୍ତାରେ ବୁଲା କୁକୁର ସହିତ ରଖିଲେ ଯୌନ ସମ୍ବନ୍ଧ, ୬ ମାସ ପାଇଁ ପଠାଇ ଦିଆଗଲା ଜେଲ

ମହାରାଷ୍ଟ୍ରର ଠାଣେ ସହରରେ ମଣିଷକୁ ଲଜ୍ଜାବୋଧ ହେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି କୁକୁର ସହିତ ଖରାପ କାମ କରିଛନ୍ତି, ଯାହାଫଳରେ ତାଙ୍କୁ ୬ ମାସ ପାଇଁ ଜେଲ ପଠାଇ ଦିଆଯାଇଛି। ବ୍ୟକ୍ତି ଜଣକ ଗତବର୍ଷ ଏକ ବୁଲା କୁକୁର ସହିତ ଯୌନ ସମ୍ବନ୍ଧ ରଖିଥିଲେ। କୋର୍ଟ ଏବେ ଏହା ଉପରେ ନିଷ୍ପତ୍ତି ଶୁଣାଇ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି।

ରିପୋର୍ଟ ମୁତାବକ, ସୋମବାର ଜାରି ଆଦେଶରେ ଠାଣେର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍‌ ବିପି ଖାନ୍ଦରେ ଅଭିଯୁକ୍ତ ବିଜୟ ଚାଲକେଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ସାଧାରଣ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଏହାସହିତ କ୍ରୁରତା ଅଧିନିୟମ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ ୧୦୫୦ ଟଙ୍କା ଜରିମାନା ଲଗାଯାଇଛି। ଅଭିଯୋଗ ଅନୁସାରେ, ବ୍ୟକ୍ତି ଜଣକ ୨୦୨୦ ଜୁଲାଇରେ ରାସ୍ତାରେ ବୁଲୁଥିବା ଏକ କୁକୁରକୁ ଧରି ଯୌନ ଶୋଷଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.