ବୁକିଂ କରିବାର ଅଧଘଣ୍ଟା ଭିତରେ ଘରେ ପହଞ୍ଚିବ ଏଲ୍‌ପିଜି ସିଲିଣ୍ଡର, IOC ଆରମ୍ଭ କରୁଛି ତତ୍କାଳ ସର୍ଭିସ

ଏଲ୍‌ପିଜି ସିଲିଣ୍ଡର ବୁକ୍‌ କଲେ ଆମକୁ ଦୁଇ ତିନି ଅପେକ୍ଷା କରିବାକୁ ପଡ଼ିଥାଏ। ମାତ୍ର ଏବେ ଗ୍ରାହକଙ୍କୁ ଆଉ ସିଲିଣ୍ଡର ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କୁ ତୁରନ୍ତ ସିଲିଣ୍ଡର ଦରକାର ତେବେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ହିଁ ମିଳିଯିବ। ଇଣ୍ଡିଆନ୍‌ ଅଏଲ୍‌ ଏବେ ଗ୍ରାହକଙ୍କ ପାଇଁ ଏହି ନୂଆ ସର୍ଭିସ୍‌ ଲଞ୍ଚ୍‌ କରିଛି।

ରିପୋର୍ଟ ମୁତାବକ, ଇଣ୍ଡିଆନ୍‌ ଅଏଲ ତରଫରୁ ଏବେ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ସହର ଚୟନ କରି ସେଠାରେ ତତ୍କାଳ ଏଲ୍‌ପିଜି ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ହେଉଛି। ଏହି ସ୍କିମ୍‌ ଅନୁସାରେ ଗ୍ରାହକ ବୁକିଂ କରିବାର ୩୦ରୁ ୪୫ ମିନିଟ୍‌ ଭିତରେ ସିଲିଣ୍ଡର ପାଇଯିବେ। ଆଇଓସି କହିଛି ଯେ ଏବେ ଦେଶରେ ଏହାକୁ ପୂର୍ଣ୍ଣ ରୂପ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ‘ease of living’  ଅନ୍ତର୍ଗତ ଆଇଓସି ଏହି କାମ ହାତକୁ ନେଇଛି।

ଏହି ସେବା ଦେଶରେ ୧ ଫେବ୍ରୁଆରୀରୁ ଆରମ୍ଭ କରିବାକୁ ଯୋଜନା ରଖିଛି ଆଇଓସି। ତେବେ ଏଥିପାଇଁ ଗ୍ରାହକଙ୍କୁ କିଛି ଏକ୍ସଟ୍ରା ଚାର୍ଜ ଦେବାକୁ ପଡ଼ିବ। ମାତ୍ର କେତେ ଟଙ୍କା ଅଧିକ ଲାଗିବ ସେ ବିଷୟରେ କିଛି ଜଣାପଡ଼ିନାହିଁ। ଇଣ୍ଡିଆନ୍‌ ଅଏଲ୍‌ ଗ୍ରାହକଙ୍କୁ ଇଣ୍ଡେନ୍‌ ବ୍ରାଣ୍ଡର ସିଲିଣ୍ଡର ବିକ୍ରି କରୁଛି। ଦେଶରେ ୨୮ କୋଟି ଏଲ୍‌ପିଜି ଗ୍ରାହକ ଥିବା ବେଳେ ସେଥିରୁ ୧୪ କୋଟି କେବଳ ଆଇଓସିର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.