ଓଜନ କମ୍‌ କରିବା ସହ ତ୍ୱଚା ସମ୍ବନ୍ଧୀୟ ସବୁ ସମସ୍ୟାକୁ ମଧ୍ୟ ଦୂର କରେ ଏହି ଘାସ, ନିୟମିତ କରନ୍ତୁ ସେବନ

ଲେମନ୍‌ ଗ୍ରାସ୍‌ ଏକ ପ୍ରକାରର ଚମତ୍କାରୀ ଘାସ। ଏହା ଏକ ଘାସ ହୋଇଥିଲେ ମଧ୍ୟ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହି ଘାସରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ଇନ୍‌ଫ୍ଲେମେଟୋରୀ, ଆଣ୍ଟି ସେପ୍ଟିକ୍‌ ଓ ଭିଟାମିନ୍‌ ସି ଭରପୁର ମାତ୍ରାରେ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ଫସଫରସ୍‌, ପ୍ରୋଟିନ୍‌, ଫ୍ୟାଟ୍‌, କାର୍ବୋହାଇଡ୍ରେଟ୍‌, ମିନେରାଲ, ପୋଟାସିୟମ୍‌, ସୋଡିୟମ୍‌, ଜିଙ୍କ୍‌, କପର, ମାଙ୍ଗାନିଜ୍‌, ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଭିଟାମିନ୍‌ ଏ ଆଦି ପୋଷକ ତତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରୋଗରୁ ମୁକ୍ତି ଦିଏ ଲେମନ୍‌ ଗ୍ରାସ୍‌…

  • ପେଟ ଗ୍ୟାସ୍‌, ଅପଚ, ବାନ୍ତି ଆଦି ସମସ୍ୟା ଥିଲେ ଲେମନ୍‌ ଗ୍ରାସ୍‌ ସେବନ କରନ୍ତୁ। ପ୍ରତିଦିନ ପିଉଥିବା ଚା’ରେ ଏହି ପତ୍ର ପକାଇ ପିଇବା ଦ୍ୱାରା ସମସ୍ତ ପେଟ ସମ୍ବନ୍ଧୀୟ ରୋଗ ଦୂର ହେବ।
  • ଓଜନ କମ୍‌ କରିବାକୁ ମଧ୍ୟ ଆପଣ ଲେମନ୍‌ ଗ୍ରାସ୍‌ ପିଇପାରିବେ। ଯଦି ଆପଣ ଚା’ ପିଉନାହାନ୍ତି ତେବେ ପାଣିରେ ଲେମ୍ବୁ ସହ ଲେମନ୍‌ ଗ୍ରାସ ପକାଇ ଫୁଟାଇ ପିଅନ୍ତୁ।
  • ଅନିଦ୍ରା ରୋଗ ଥିଲେ ଉପଚାର ପାଇଁ ଲେମନ୍‌ ଗ୍ରାସ୍‌ ପିଅନ୍ତୁ। ଏଥିରେ ସୋଡେଟିଭ୍‌ ଗୁଣ ରହିଛି ଯାହା ଆପଣଙ୍କୁ ଗଭୀର ନିଦରେ ଶୋଇବାରେ ସାହାଯ୍ୟ କରିବ।
  • ମୁହଁରେ ବ୍ରଣ ଓ ଦାଗ ଥିଲେ ଏଥିରୁ ମୁକ୍ତି ପାଇବାକୁ ଡାଏଟ୍‌ରେ ଲେମନ୍‌ ଗ୍ରାସ୍‌ ବ୍ୟବହାର କରନ୍ତୁ। ତ୍ୱଚା ପାଇଁ ଏହା ବେଶ୍‌ ଉପକାରୀ ହୋଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.