୧୦୦ ବର୍ଷ ହେବ ଏଠିକି ଯାଇ ନାହାନ୍ତି ଜଣେ ବି ଲୋକ, ରହସ୍ୟ ପଛରେ ରହିଛି ଲୋମ ଟାଙ୍କୁରା କାହାଣୀ

ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠିକି ଲୋକେ କରିନଥାନ୍ତି । ଏମିତିବି ଅନେକ ସ୍ଥାନ ରହିଛି ଯେଉଁଠି ବର୍ଷ ତମାମ ଯେମିତି ଅକାଳ ମରୁଡି ପଡିଥାଏ । ମଣିଷ ତ ମଣିଷ ପକ୍ଷୀ ଟିଏ ବି ତା ଉପର ଦେଇ ଉଡ଼େ ନାହିଁ । ସ୍ଥାନକୁ ନେଇ କାହିଁ କେଉଁ କାଳରୁ ଭୟାନକ କାହାଣୀ ମାନ ପ୍ରଚଳିତ ଥିବାରୁ ହୁଏତ ସେଠିକି ଯିବାକୁ ଡରନ୍ତି ଲୋକେ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ । ଯେଉଁ ଠିକି କେହି ମଧ୍ୟ ଯାଆନ୍ତି ନାହିଁ । ଯେବେକି ୧୦୦ ବର୍ଷ ପୂର୍ବରୁ ଏଠି ଜନବସତି ଥିଲା । କିନ୍ତୁ ପରେ ଏକ ଘଟଣା କାରଣରୁ ଲୋକଙ୍କ ଆତଯାତ ଧୀରେ ଧୀରେ କମିବାକୁ ଲାଗିଲା । ଏମିତିକି ପଶୁପକ୍ଷୀ ବି ଆଉ ସେଠିକି ଗଲେ ନାହିଁ । ଫ୍ରାନ୍ସର ଉତ୍ତର-ପୂର୍ବ ପ୍ରାନ୍ତରେ ହିଁ ଏହି ସ୍ଥାନ ଅବସ୍ଥିତ । ଯାହାର ନାଁ “ଜୋନ୍ ରୋଗ” ।

france

ଏହି ସ୍ଥାନ ଏତେ ବିପଦ ଜନକ ଯେ ଏଠାରେ ସ୍ଥାନେ ସ୍ଥାନେ ସରକାରଙ୍କ ପକ୍ଷରୁ “ଡେଂଜର ଜୋନ” ବୋର୍ଡ ଲଗାଯାଇଛି । ଯାହା ଫଳରେ ଏହି ବୋର୍ଡ ଦେଖି ଆଉ କେହି ଆଗକୁ ଯିବା ଭୁଲ କରିବେ ନାହିଁ । ଏମିତିକି ଫ୍ରାନ୍ସର ମୂଳ ପ୍ରାନ୍ତରୁ ଏହି ଜାଗାକୁ ଭିନ୍ନ କରି ଦିଆଯାଇଛି । ଏହାକୁ ରେଡ ଜୋନ୍ ନାଁରେ ବି ଜଣାଯାଏ । ପ୍ରଥମ ବିଶ୍ୱ ଯୁଦ୍ଧ ପୂର୍ବରୁ ଏଠି ୯ ଟି ଗାଁ ଥିଲା । ଆଉ ଚାଷ ବାସ କରି ନିଜ ପେଟ ପୋଷୁଥିଲେ ଏଠିକା ଲୋକେ । କିନ୍ତୁ ବିଶ୍ୱ ଯୁଦ୍ଧରେ ଏଠି ଏମିତି ଭୟଙ୍କର ବମ ପଡିଲା ଯେ ସ୍ଥାନଟି ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଥିଲା । ଶହ ଶହ ଲୋକ ମରିଥିବା ବେଳେ ସ୍ଥାନଟି ଆଉ ବାସପଯୋଗୀ ହୋଇ ରହିଲା ନାହିଁ । ବୋମା ଗୁଡ଼ିକରୁ ବାହାରିଥିବା କେମିକାଲରେ ଭୂମିର ଉର୍ବରତା ବି ନଷ୍ଟ ହୋଇଯାଇଛି । ଏଠିକା ପାଣି ବି ବିଷାକ୍ତ ହୋଇଯାଇଛି । ଏହି ସ୍ଥାନର ଆକାର ଖୁବ ବିଶାଳକାୟ ଥିବାରୁ ଏହାକୁ କେମିକାଲ ମୁକ୍ତ କରିବା ସମ୍ଭବ ନୁହେଁ | ତେଣୁ ଫ୍ରାନ୍ସ ସରକାର ଏଠି ଯିବା ଆସିବା ଉପରେ ରୋକ ଲଗାଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, ୨୦୦୪ ରେ ଏଠିକା ପାଣି ଓ ମାଟିର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ପ୍ରବଳ ଆର୍ସେନିକ ତତ୍ତ୍ୱ ମିଳିଥିଲା । ଆର୍ସେନିକ ଏମିତି ଏକ ବିଷାକ୍ତ ପଦାର୍ଥ ଯାହାର ଗୋଟେ ଚୁଟକୀ ବି ମୁହଁରେ ପଶିଲେ ଲୋକଙ୍କ ଜୀବନ ଚାଲିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.