ହର୍ବାଲ ଟି’ର କାଢ଼ା ବନାଉଥିଲେ ପକାଇ ଦିଅନ୍ତୁ ଖଣ୍ଡେ ଅଁଳା, ବଢ଼ିଆ ରହିବ ଆପଣଙ୍କ ଇମ୍ୟୁନିଟି

ଅଁଳା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ସାଧାରଣତଃ ଅଁଳାର ବ୍ୟବହାର ଅନେକ ଜିନିଷରେ କରାଯାଇଥାଏ। ଅଁଳାରେ ଜୁସ୍‌, ଆଚାର ଆଦି ବନାଯାଇଥାଏ। କିଛି ଲୋକ କଞ୍ଚା ଅଁଳା ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ଆସନ୍ତୁ ଜାଣିବା, ଅଁଳାକୁ ଆପଣ ଆଉ କେଉଁ କେଉଁ ଉପାୟରେ ଖାଇପାରିବେ।

୧. ସାଲାଡ: ଆପଣ ସାଲାଡରେ ଲେମ୍ବୁ ରସ ଚିପୁଡ଼ିବା ବଦଳରେ ଅଁଳା ରସ ବାଛନ୍ତୁ। ଏହାର ସ୍ୱାଦ ବହୁତ ପ୍ରଭାବିତ ରହିବ, କିନ୍ତୁ ଆପଣଙ୍କ ଫଳ ଏବଂ ପରିବାରୁ ସାଲାଡକୁ ଅଲଗା ଟେଷ୍ଟ ମିଳିବ। ଏହା ଭଲ ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିବ।

amla3

୨. ତଡ଼କା: ଅଁଳାର ଖଟାପଣ ଏବଂ କଷା ଅଂଶ କମ କରିବା ପାଇଁ ଏହାକୁ ଗରମ ପାଣିରେ ଲୁଣ ପକାଇ ସିଝାନ୍ତୁ। ଏହାପରେ ଆପଣ ସେହି ସିଝା ଅଁଳାକୁ ଖଣ୍ଡ ଖଣ୍ଡ କରି କାଟି ତଡ଼କାରେ ସାମିଲ କରିପାରିବେ। ସ୍ୱାଦ ଟିକେ ଅଲଗା ରହିବ, କିନ୍ତୁ ଏହା ଖାଦ୍ୟକୁ ପୌଷ୍ଟିକ ବନାଇ ପାରିବ।

୩. ହର୍ବାଲ ଟି: ଭଲ ଇମ୍ୟୁନିଟି ପାଇଁ ହର୍ବାଲ ଟିର ଅନେକ ଭେରାଇଟି ରହିଛି। ଆପଣ ଗୁଣକାରୀ ଅଁଳାକୁ ଏଥିରେ ସାମିଲ କରିପାରିବେ। ହର୍ବାଲ ଟିର କାଢ଼ାକୁ ଆହୁରି ବି ଅଧିକ ସ୍ୱାସ୍ଥ୍ୟପ୍ରଦ ବନାଇବା ପାଇଁ ଖଣ୍ଡେ ଅଁଳା ସାମିଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.