ବ୍ରେକଫାଷ୍ଟ ଏବଂ ଡିନରରେ ବନାନ୍ତୁ ସାଉଥ୍‌ ଇଣ୍ଡିଆନ୍‌ ରେସିପି ଚିଜ୍‌ ଉତ୍ତପମ୍‌

ସକାଳର ବ୍ରେକଫାଷ୍ଟକୁ ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି। କାହିଁକିନା ସକାଳର ବ୍ରେକଫାଷ୍ଟ ସମସ୍ତେ ସ୍ୱାଦିଷ୍ଟ ଖାଇବାକୁ ଚାହିଁଥାନ୍ତି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ସାଉଥ୍‌ ଇଣ୍ଡିଆନ୍‌ ରେସିପି ଚିଜ୍‌ ଉତ୍ତପମ୍‌। ଯାହା ସ୍ୱାଦରେ ଏବଂ ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ଲାଭକାରୀ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୩ କପ୍‌ ଚାଉଳ
  • ଏକ କପ୍‌ ବିରି ଏବଂ ଫୁଟାଇ ରଖିଥିବା ଚାଉଳ
  • ଅଧା କପ୍‌ ଦହି
  • ଲୁଣ (ସ୍ୱାଦାନୁସାରେ)
  • କଟା ପିଆଜ, କଟା ସିମଲା ଲଙ୍କା, କଟା ଗାଜର
  • ୧ ଚାମଚ ଅରିଗାନୋ ଏବଂ ଚିଲି ଫ୍ଲେକ୍ସ
  • ୧/୪ କପ୍‌ କର୍ଣ୍ଣ, ପିଜ୍ଜା ସ୍ପ୍ରେଡ ସ୍ୱାଦାନୁସାରେ
  • ୪ଟି ଚିଜ୍‌ କ୍ୟୁବ୍ସ
  • ତେଲ (ସେକିବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

  • ଡାଲି ଏବଂ ଚାଉଳକୁ ୮ ଘଣ୍ଟା ଭିଜାଇ ରଖନ୍ତୁ।
  • ଭଲଭାବେ ଧୋଇ ଏଥିରୁ ପାଣି ବାହାର କରି ଗ୍ରାଇଣ୍ଡିଂ କରିଦିଅନ୍ତୁ।
  • ଏଥିରେ ଫୁଟାଇ ରଖିଥିବା ଚାଉଳକୁ ପେଶି ଦିଅନ୍ତୁ।
  • ଏହି ପେଷ୍ଟରେ ଦହି ମିଶାଇ ଫେଣ୍ଟି ଦିଅନ୍ତୁ ଏବଂ ୬ ରୁ ୭ ଘଣ୍ଟା ଘୋଡାଇ ରଖିଦିଅନ୍ତୁ।
  • ଏହି ଘୋଳରେ ସମସ୍ତ କଟା ପରିବା ଏବଂ ଲୁଣ ମିଶାଇ ଦିଅନ୍ତୁ।
  • ନନଷ୍ଟିକ ତାଓ୍ଵାରେ ଘିଅ ଲଗାଇ ଚିକ୍କଣ କରିଦିଅନ୍ତୁ।
  • ୧ ଟେବୁଲ ଚାମଚ ଘୋଳ ପକାଇ ଧୀମା ଆଞ୍ଚରେ ଦୋଶା ଭଳି କରନ୍ତୁ।
  • ଏହାପରେ ଏହା ଉପରେ କଦ୍ଦୁକସ୍‌ କରିଥିବା ଚିଜ୍‌ ପକାଇ ଦିଅନ୍ତୁ।
  • ଅରିଗାନୋ ଏବଂ ଚିଲି ଫ୍ଲେକ୍ସ ପକାଇ ଚିଜ୍‌ ମେଲ୍ଟ ହେବା ଯାଏଁ ସେକନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ସାଉଥ୍‌ ଇଣ୍ଡିଆନ୍‌ ଚିଜ୍‌ ଉତ୍ତପମ୍‌।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.