ପୁଣି ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୁଡ଼୍ ଗଭର୍ଣ୍ଣାନ୍ସ ପାଇଁ କଲେ ରେକର୍ଡ

କେନ୍ୟୁଜ୍(ବ୍ୟୁରୋ): ପୁଣି ଦେଶରେ ଟପ୍ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କଚ୍ ମାଗାଜିନ ତରଫରୁ ପ୍ରସ୍ତୁତ ହୋଇଥିବା ଗୁଡ ଗଭର୍ନାନ୍ସ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟପ୍-୩ ରାଙ୍କ ମଧ୍ୟରେ ଦେଖିବାକୂ  ମିଳିଛି।  ସ୍କଚ୍‌ ଗଭର୍ଣ୍ଣାନ୍ସ ରିପୋର୍ଟ କାର୍ଡ ୨୦୨୧ ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟର ପୋଲିସ ଓ ସୁରକ୍ଷା, କୃଷି, ଖଣିଜ, ଅର୍ଥ ଓ ରାଜସ୍ୱ, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, ମହିଳା ଓ ଶିଶୁ ବିକାଶ, ଇ-ଗଭର୍ଣ୍ଣାନ୍‌ସ ଆଦି କ୍ଷେତ୍ରକୁ ସମୀକ୍ଷା କରି ସ୍କଚ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି।

 

cm no1

ସ୍କଚ୍‌ ଗଭର୍ଣ୍ଣାନ୍ସ ରିପୋର୍ଟ କାର୍ଡ ୨୦୨୧ରେ ଦେଶର ଶ୍ରେଷ୍ଠ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ । ଗତବର୍ଷ ସେ ଅଷ୍ଟମ ସ୍ଥାନରେ ଥିଲେ । ବର୍ଷକ ପରେ ତୃତୀୟ ସ୍ଥାନକୁ ଉଠିଛନ୍ତି ନବୀନ ପଟ୍ଟନାୟକ । ପୂର୍ବାପେକ୍ଷା ସାଉଁଟିଛନ୍ତି ଅଧିକ ଆଦର ଓ ପ୍ରଶଂସା । ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ତାଙ୍କୁ ଲୋକପ୍ରିୟ କରାଉଛି । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି ବିଜେଡି । ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ହାସଲ କରିଛି ବିଜୁ ଜନତା ଦଳ । କିଛି ସପ୍ତାହ ତଳେ ଇଣ୍ଡିଆ ଟୁଡେର ମୁଡ ଅଫ୍‌ ଦି ନେସନ ସର୍ଭେରେ ଦେଶରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିଲେ ନବୀନ ପଟ୍ଟନାୟକ । ସର୍ବାଧିକ ୭୧ ପ୍ରତିଶତ ଭୋଟ ସହ ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.