ନବୀନଙ୍କ ମିଶନ ଯାଜପୁର, ଗଡ଼ ବଞ୍ଚାଇବାକୁ ଜିଲ୍ଲାରେ ମାରାଥନ କାର୍ଯ୍ୟକ୍ରମ

ଯାଜପୁର : ଗଞ୍ଜାମ ପରେ ବିଜେଡିର ଦ୍ୱିତୀୟ ଗଡ଼ ଯାଜପୁର। ଜିଲ୍ଲାର ସମସ୍ତ ୭ଟି ଯାକ ବିଧାନସଭା କ୍ଷେତ୍ର ରହିଛି ବିଜେଡି ହାତରେ। ଏବେ ୧୯କୁ ଫୋକସ କରୁଛି ଦଳ। ଆଜି ଯାଜପୁର ଜିଲ୍ଲାକୁ ପ୍ରାୟ ୬୨୨ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦଶରଥପୁର, ଧର୍ମଶାଳା ଓ ବିଂଝାରପୁର ବ୍ଲକ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସାଧାରଣ ସମାବେଶରେ ନବୀନ କହିଛନ୍ତି, କାଳିଆ ଯୋଜନା ସାରା ଦେଶ ପାଇଁ ଏକ ମଡେଲ୍‌। ଆମେ କାମରେ ବିଶ୍ୱାସ କରୁ । କାମ ଆମର ପରିଚୟ ବୋଲି ନବୀନ କହିଛନ୍ତି।

କେବଳ ଧର୍ମଶାଳା ବ୍ଲକ ପାଇଁ ୪୮୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଭିତରେ ରହିଛି ପାଖାପାଖି ୨୫୪ଟି ପ୍ରକଳ୍ପ। ଉଦଘାଟିତ ହୋଇଛି ଅଞ୍ଚଳବାସୀଙ୍କ ବହୁ ଦିନର ଦାବି କୁସ୍ତିରା-କଲଣ ସେତୁ। ସେହିପରି ଦଶରଥପୁର ବ୍ଲକ ପାଇଁ ୪କୋଟି ଟଙ୍କା ବ୍ୟୟରେ ୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୯୬କୋଟି ଟଙ୍କା ବ୍ୟୟରେ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଞ୍ଝାରପୁର ବ୍ଲକ ପାଇଁ ୩୮ କୋଟି ଟଙ୍କାରେ ୫ଟି ପ୍ରକଳ୍ପର ଉଦଘାଟନ ଓ ୩ କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।

ଯାଜପୁର ଜିଲ୍ଲା ଗସ୍ତରେ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପୁଲଓ୍ଵାମାରେ ସହିଦଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.