ପୁଞ୍ଜି ନିବେଶ ପ୍ରୟାସ : ମୁମ୍ବାଇରେ ରୋଡ଼୍ ସୋ କରିବେ ନବୀନ

ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ରୋଡ଼୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ସହ ମୁମ୍ବାଇ ଯିବେ । ଆସନ୍ତା ୮ ତାରିଖରେ ସେଠାରେ ବିଭିନ୍ନ ଇଣ୍ଡଷ୍ଟ୍ରୀ କ୍ୟାପଟେନଙ୍କ ସହ କଥା ହେବେ । ରତନ ଟାଟା, ଅନିଲ ଅଗ୍ରୱାଲ ଓ ସଜ୍ଜନ ଜିନ୍ଦଲଙ୍କ ଭଳି ଶିଳ୍ପପତିଙ୍କ ସହ ଆଲୋଚନା କାର୍ୟ୍ୟକ୍ରମ ରହିଛି । ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା। ମାନୁଫ୍ୟାକ୍ଚରିଂ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ଆଲୁମିନିୟମ ଓ ପ୍ଲାଷ୍ଟିକ ଶିଳ୍ପ ପାଇଁ ଓଡ଼ିଶାରେ କ’ଣ କ’ଣ ସୁଯୋଗ ରହିଛି ସେ ସଂପର୍କରେ ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀଙ୍କୁ ଅବଗତ କରାଯିବ । ସେଠାରେ ରୋଡ଼୍ ସୋ ରେ ମଧ୍ୟ ଭାଗ ନେବେ ନବୀନ । ୨୦୧୬ ମେକ୍ ଇନ୍ ଓଡ଼ିଶା ପୂର୍ବରୁ ମଧ୍ୟ ଓଡ଼ିଶା ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ ପେସ୍ କରିଥିଲା । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୧୮ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.