Below header

ଐତିହାସିକ ବିଜୟ ଆଡକୁ ଅଗ୍ରସର ଦ୍ରୌପଦୀ ମୁର୍ମୁ, ଏକାଥରରେ ୨୭ ଦଳର ମିଳିଛି ସମର୍ଥନ

କେନ୍ୟୁଜ୍: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୨୭ ଦଳର ସମର୍ଥନ। ଦ୍ରୌପଦୀଙ୍କୁ ଶିବସେନା ଓ ଟିଡିପି ସମେତ ୨୭ଟି ଦଳ ସମର୍ଥନ କରିବାକୁ ଆଗେଇ ଆସିଲେଣି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ତାଙ୍କ ଦଳର ସାଂସଦ ଓ ବିଧାୟକମାନେ ଭୋଟ ଦେବେ। ଶିବସେନାର ଆଦିବାସୀ ନେତାମାନେ NDA ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ।

କାରଣ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତେଣୁ ତାଙ୍କୁ ଦଳ ସମର୍ଥନ କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ। ଗତକାଲି ଶିବସେନା ସାଂସଦଙ୍କ ଏକ ବୈଠକ ବସି ରାଷ୍ଟ୍ରପତି ନିର୍ବାଚନରେ କାହାକୁ ଦଳ ସମର୍ଥନ କରିବା ଉପରେ ଆଲୋଚନା ହୋଇଥିଲା। ଶେଷରେ NDA ପ୍ରାର୍ଥୀଙ୍କୁ ସମର୍ଥନ ନେଇ ସହମତ ପ୍ରକାଶ ପାଇଥିଲା। ବୈଠକରେ ଶିବସେନାର ୧୮ ସାଂସଦଙ୍କ ମଧ୍ୟରୁ ୧୪ଜଣ ଉପସ୍ଥିତ ଥିଲେ । ଏପଟେ ଐତିହାସିକ ବିଜୟ ଅଭିମୁଖେ ଦ୍ରୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.