Below header

ଏଥର କାଚ କି ଅଖା ନୁହେଁ ବ୍ଲେଡ ଆଉଟଫିଟ୍‌ ପିନ୍ଧି ନଜର ଆସିଲେ ଉର୍ଫି, ‘ପାଖକୁୁ ଆସିଲେ ହାତ କଟିଯିବ’

ନିଜର ଅତରଙ୍ଗୀ ଡ୍ରେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। କେତେବେଳେ କାଚ ତ କେତେବେଳେ ସେଫ୍ଟିପିନ, ଆଉ କେତେ ବେଳେ ଅଖାରେ ଆଉଟଫିଟ ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କିନ୍ତୁ ଏବେ ଯେଉଁ ଡ୍ରେସ ପିନ୍ଧିଛନ୍ତି, ତାହାକୁ ଦେଖି ଆପଣଙ୍କ ମୁଣ୍ଡ ବୁଲେଇଯିବ। ଉର୍ଫି ପିନ୍ଧିଥିବା ଡ୍ରେସ କେଉଁ କପଡା କିମ୍ବା ଅଖା କି କାଚ ନୁହେଁ ବରଂ ବ୍ଲେଡରେ ତିଆରି ହୋଇଛି। ଏହି ଭିଡିଓ ଇଣ୍ଟରନେଟରେ ଭାଇରଲ ହେଉଛି।

ଯେଉଁ ବ୍ଲେଡରେ ପୁଅମାନେ ନିଜ ଦାଢି କାଟିଥାନ୍ତି ଉର୍ଫି ସେହି ବ୍ଲେଡରେ ଏକ ଡ୍ରେସ ତିଆରି କରିଛନ୍ତି । କେବଳ ତିଆରି ନୁହେଁ ଏହି ଡ୍ରେସକୁ ପିନ୍ଧି ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଏହା ଶୁଣିଲେ ଆପଣମାନେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ସୋସିଆଲ ସାଇଟରେ ସର୍ବଦା ଆକ୍ଟିଭ ରହୁଥିବା ଉର୍ଫି ଏହି ବ୍ଲେଡ ତିଆରି ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

 

View this post on Instagram

 

A post shared by Uorfi (@urf7i)

ତେବେ ଏହାକୁ ନେଇ ଉର୍ଫି କହିଛନ୍ତି ପାଖକୁ ଆସନ୍ତୁ ନାହିଁ ନହେଲେ କଟି ଯିବେ । ଉର୍ଫିଙ୍କ ଏପରି କାରନାମା ଦେଖ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏପରି ଆଇଡିଆ କିପରି ମୁଣ୍ଡକୁ ଆସୁଛି ବୋଲି ଫ୍ୟାନ୍ସ ପଚାରୁଛନ୍ତି। ଉର୍ଫି ନିଜ ବୋଲ୍ଡ ଅନ୍ଦାଜ ପାଇଁ ବେଳେବେଳେ ଟ୍ରୋଲର ଶିକାର ମଧ୍ୟ ହୋଇଥାନ୍ତି ।

ଉର୍ଫି ଜାଭେଦ ଏକ ଗାର୍ଡେନରେ ଏକ ଟପ୍‌ ଏବଂ ସାର୍ଟ ପିନ୍ଧିଥିଲେ। ତା’ପରେ ଏକ ଅଖାକୁ କ୍ୟାଚ କରି ସଙ୍ଗେ ସଙ୍ଗେ ଡ୍ରେସ କରି ପିନ୍ଧିଥିଲେ। ଅଖାରେ ନିଜର ଗ୍ଲାମରର୍ସ ଅନ୍ଦାଜ ଦେଖାଇଥିଲେ । ଅଖାରେ ଏକ ଟପ୍‌ ଏବଂ ସ୍କର୍ଟ ତିଆରି କରି ପିନ୍ଧିଥିଲେ।

ଏହି ଭିଡିଓକୁ ସେୟାର କରି ଉର୍ଫି ଲେଖିଥିଲେ, ଅଖା କି ଡ୍ରେସ ? କ’ଣ ଏଇଟା, ଏହାକୁ ତିଆରି କରିବାକୁ ମାତ୍ର ୧୦ ମିନିଟ ଲାଗିଲା। ଏହାସହିତ ଉର୍ଫି ହସୁଥିବା ଇମୋଜି ମଧ୍ୟ ଦେଇଛନ୍ତି।ଉର୍ଫିଙ୍କର ଏହି ଭିଡିଓ ଦେଖି ଫ୍ୟାନ୍ସ ରିଆକ୍ସନ ଦେଉଛନ୍ତି। ଆଉ କିଏ ତାଙ୍କ କିଏଟିଭିଟିକୁ ପ୍ରଶଂସା କରୁଛି। ଏହାସହିତ ଲୋକ ଅଲଗା ଇମୋଜି ଦେଇ ମଧ୍ୟ କମେଣ୍ଟ କରୁଛନ୍ତି।

 

View this post on Instagram

 

A post shared by Uorfi (@urf7i)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.