ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଗ୍ରୀନ୍ ଚିଲି ସିଲ୍ । ୭ ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍ କରାଯାଇଛି।
ବିଏମ୍ସି କମିଶନର ଓ ତାଙ୍କ ଟିମ୍ ସହରରେ ବୁଲି ଅନୁଧ୍ୟାନ କରୁଥିବା ସମୟରେ ଗ୍ରୀନ୍ ଚିଲିରେ ଅସ୍ୱାସ୍ଥ୍ୟକର ପରିବେଶ ଥିବା ନଜରକୁ ଆସିଥିଲା। ରାଜଧାନୀରେ ଥିବା ସମସ୍ତ ଦୋକାନୀ ଡଷ୍ଟବିନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେହି ଏହାକୁ ଅମାନ୍ୟ କଲେ ଫାଇନ୍ ଆଦାୟ କରାଯିବ।