Below header

ଖୁଡ଼ୀଙ୍କ ନଗ୍ନ ଫଟୋ ଭାଇରାଲ କରି ପୁତୁରା ଗିରଫ,କୋର୍ଟ ଚାଲାଣ କଲା ପୋଲିସ୍‌

ଆନନ୍ଦପୁର(କେନ୍ୟୁଜ୍): ଖୁଡୀଙ୍କର ନଗ୍ନ ଫଟୋକୁ ଭାଇରାଲ କରି ଗିରଫ ହେଲା ପୁତୁରା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର ଘଟଣା। ଅଭିଯୁକ୍ତ ପୁତୁରାକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍‌ ।  ଅନଲାଇନ୍‌ ପାଠ ପଢିବାକୁ ପୁତୁରାକୁ ନିଜ ମୋବାଇଲ ଫୋନ୍‌ ଦେଇଥିଲେ ଖୁଡୀ ।

ଅଭିଯୁକ୍ତ ଜଣକ ଖୁଡୀଙ୍କର ମୋବାଇଲ ପାଇବା ପରେ ବିଭିନ୍ନ ଆପ୍‌କୁ ବାହାର କରିଥିଲା । ପରେ ଡିଲିଟ୍‌ ହୋଇ ରିସାଇକ୍ଲିବିନ୍‌ରେ ଥିବା ଖୁଡୀଙ୍କର ଏକ ନଗ୍ନ ଫଟୋକୁ ରିଷ୍ଟୋର କରିଥିଲା। ଏହି ଫଟୋକୁ ନେଇ ଖୁଡୀଙ୍କୁ ଟଙ୍କା ମାଗିଥିଲା। ଟଙ୍କା ନଦେବାରୁ ସେ ଗତ ୧୭ ତାରିଖରେ ଖୁଡୀଙ୍କ ମୋବାଇଲ୍‌ ଫୋନ୍‌ରେ ଥିବା ଏକ ଗ୍ରୁପ୍‌ରେ ନଗ୍ନ ଫଟୋକୁ ପୋଷ୍ଟ କରିଦେଇଥିଲା । ସେହି ଗ୍ରୁପ୍‌ରେ ୨୦୦ ସଦସ୍ୟ ରହିଥିବାବେଳେ ସେମାନଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ଏଫଆଇଆର କରିଥିଲେ ଖୁଡୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.