ଭିଡିଓ ଦେଖିଲେ କାନ୍ଦି ପକାଇବେ ଆପଣ! ପ୍ରତିଦିନ ଖାଦ୍ୟ ଦେଉଥିଲେ ବ୍ୟକ୍ତି; ଏବେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନି ମାଙ୍କଡ଼

ସୋସିଆଲ ମିଡିଆରେ ହୃଦୟକୁ ଛୁଇଁଗଲା ପରି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଏକ ମାଙ୍କଡ଼ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଜଣାପଡ଼ିଛି କି, ମୃତ ବ୍ୟକ୍ତି ଜଣକ ମାଙ୍କଡ଼ଟିକୁ ପ୍ରତିଦିନ ଖାଦ୍ୟ ଖାଇବାକୁ ଦେଉଥିଲେ ଏବଂ ତା’ର ଯତ୍ନ ନେଉଥିଲେ। ଭିଡିଓ କ୍ଲିପ୍‌ରେ ଦେଖାଯାଇ ପାରିବ ଯେ ମାଙ୍କଡ଼ ବ୍ୟକ୍ତିଙ୍କ ମୃତ ଶରୀର ପାଖରେ ଅନେକ ସମୟ ଧରି ବସି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛି। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଲୋକଙ୍କୁ ଇମୋସନାଲ୍‌ କରି ଦେଇଛି। ସେମାନେ ପଶୁ ଓ ମଣିଷ ଭିତରେ ବନ୍ଧୁତାକୁ ପ୍ରଶଂସା କରିଛନ୍ତି।

ସେହିପରି ଶୋକରେ ବୁଡ଼ି ରହିଥିବା ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ମାଙ୍କଡ଼ର ଏତାଦୃଶ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟଚତିକ ହୋଇଯାଇଛନ୍ତି। କ୍ଲିପ୍‌କୁ ସେୟାର କରିଥିବା ଅନେକ ୟୁଜରଙ୍କ କହିବା ହେଲା, ଏହାକୁ ଶ୍ରୀଲଙ୍କାର ବଟ୍ଟିକଲୋଆରେ ଶୁଟ୍‌ କରାଯାଇଛି।

ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି କି, ଜଣେ ବ୍ୟକ୍ତି ମାଙ୍କଡ଼ଟିକୁ ଅନ୍ତିମ ସଂସ୍କାର ସ୍ଥଳରୁ ଦୂରକୁ ନେଇଯିବାକୁ ଚେଷ୍ଟା କରୁଛନ୍ତି, ହେଲେ ସେ ଯିବାକୁ ମନା କରି ଦେଉଛି। ସେ ସେମିତି ମୃତଦେହ ପାଖରେ ବସି ରହୁଛି ଏବଂ ବାରମ୍ବାର ମୃତ ବ୍ୟକ୍ତିଙ୍କ ମୁହଁକୁ ଛୁଉଁଛି। ଏତିକି ନୁହେଁ, ମାଙ୍କଡ଼ ତାଙ୍କ ମଥାକୁ ଚୁମା ଦେଉଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି। ସେ ନିଜ ହାତକୁ ବ୍ୟକ୍ତିଙ୍କ ମୁହଁ ପାଖକୁ ନେଉଛି ଏବଂ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛି। ଏପରି କି, ତାଙ୍କୁ ହଲାଇବାକୁ ମଧ୍ୟ ଉଦ୍ୟମ କରୁଛି।

ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ କ୍ଲିପ୍‌ ରହିଛି, ଯେଉଁଥିରେ ଦେଖିବାକୁ ମିଳେ କି, ମଣିଷ ଓ ପଶୁଙ୍କ ଭାବନାରେ କୌଣସି ବି ଫରକ୍‌ ନ ଥାଏ। ପଶୁମାନେ ମଧ୍ୟ ମଣିଷକୁ ଦୁଃଖୀ ଦେଖିବାକୁ ଚାହାଁନ୍ତି ନାହିଁ ଏବଂ ସେମାନଙ୍କୁ ଖୁସି କରିବାକୁ ପୂରାପୂରି ଚେଷ୍ଟା କରନ୍ତି। ବାସ୍ତବିକ୍‌, ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓ ଲୋକଙ୍କୁ ଭାବପ୍ରବଣ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.