ସମ୍ବଲପୁର : ରେଢାଖୋଲ ଅଞ୍ଚଳରେ ପେଟି ଭିତରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ସମ୍ବଲପୁର : ପେଟିରୁ ଉଦ୍ଧାର ହେଲା ନବଜାତ। ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ଢାବା ପଛ ପଟରେ ପେଟି ଭିତରେ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ସକାଳେ ଢାବା ମାଲିକ ଶିଶୁଟିର କାନ୍ଦ ଶୁଣିବା ପରେ ପେଟି ଭିତରେ ଶିଶୁକନ୍ୟା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ହେଲେ ଏ ସମ୍ପର୍କରେ କେହି ଜାଣିନଥିବା କହିଥିଲେ । ପରେ ଶିଶୁକନ୍ୟାକୁ ରେଢାଖୋଲ ମେଡିକାଲକୁ ନେଇଥିଲେ । ଏବେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।