Below header

ଯାଜପୁର: ପୁଅ ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସରକାରଙ୍କୁ ସମ୍ପତ୍ତି ଦାନ କରିବା ଘଟଣା, ଜିଲ୍ଲାପାଳଙ୍କୁ ଭେଟି ପୁଅ ଦେଲା ବାପାଙ୍କୁ ସେବା କରିବାର ଭରସା

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମୁରାରୀପୁରର ପୁଅ ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସରକାରଙ୍କୁ ଦାନ କରିବା ଘଟଣାରେ ନୂଆ ଟ୍ଵିଷ୍ଟ । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି କ୍ଷେତ୍ରମୋହନ ମିଶ୍ରଙ୍କ ପୁଅ ସୂର୍ଯ୍ୟମଣୀ ମିଶ୍ର । ବାପାଙ୍କ ସମସ୍ତ ଦାୟିତ୍ୱ ନେବାକୁ ରାଜି ବୋଲି କହିଛନ୍ତି । ସେପଟେ କ୍ଷେତ୍ରମୋହନଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ପତ୍ନୀ ଜ୍ୟୋତ୍ସା ମିଶ୍ର । କ୍ଷେତ୍ରମୋହନ ତାଙ୍କୁ ଅବହେଳା କରି ଆସୁଥିବା ସେ ଅଭିଯୋଗ କରିବା ସହ ପୁଅ ଓ ବୋହୁ ତାଙ୍କ ଯତ୍ନ ନେଉଥିବା କହିଛନ୍ତି । ସେପଟେ ଏହା ପାରିବାରିକ ବିବାଦ ହୋଇଥିବାରୁ ପରିବାରର ସମସ୍ତ ସଦସ୍ୟ ମିଶି ସମାଧାନ କରିବା ଉଚିତ ବୋଲି ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.