Below header

ଭଞ୍ଜନଗର: କୃଷ୍ଣସାର ମୃଗଙ୍କ ପାଇଁ ବନ ବିଭାଗର ନୂଆ ପ୍ରୟାସ, ଆଉ ଖାଦ୍ୟ ଅନ୍ୱେଷଣରେ ଯାଇ ପଡ଼ିବେନି ମୃତ୍ୟୁ ମୁଖରେ

ଭଞ୍ଜନଗର: ଆଉ ଅଭାବ ହେବନି କୃଷ୍ଣସାର ମୃଗଙ୍କ ପାଇଁ ଖାଦ୍ୟ। ଏଣିକି ପେଟପୂରା ଖାଇବେ, ଆଉ ନିରାପଦରେ ରହିବେ। ଖାଦ୍ୟ ଅନ୍ୱେଷଣରେ ଯାଇ ରାସ୍ତା ପାର୍‌ ହେବାକୁ ପଡ଼ିବନି , କି ଦୁର୍ଘଟଣାର ଶିକାର ହୋଇ ଆଉ ମୃତ୍ୟୁ ମୁଖରେ ପଡ଼ିବେନି ଏହି ବିରଳ ପ୍ରାଣୀ। ଚଳିତ ବର୍ଷ ପ୍ରଥମ କରି ବନବିଭାଗ ପକ୍ଷରୁ `ସାଟେଲାଇଟ୍‌ ହାବିଟାଟ୍‌ ଡେଭେଲପମେଣ୍ଟ’ ଯୋଜନାରେ ଘାସ ଓ ରବି ଜାତୀୟ ଫସଲ ଚାଷ କରାଯାଇଛି। ଫଳରେ ବିଭିନ୍ନ ସମୟରେ ଚାଷୀଙ୍କ ଫସଲ ଆଉ ନଷ୍ଟ ହେବନି ଓ ନିରାପଦରେ ଏହି ପ୍ରାଣୀମାନେ ବିଚରଣ ମଧ୍ୟ କରିପାରିବେ।

ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା, ଆସିକା ଓ ପୋଲସରା ବନାଞ୍ଚଳରେ ଏହି ପଦକ୍ଷେପ ନିଆଯାଇଛି। କୃଷ୍ଣସାର ମୃଗଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପର୍ଯ୍ୟଟକମାନଙ୍କ ଲାଗି ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।୨୦୧୮ ଗଣନା ଅନୁୟାୟୀ ଏହି ବନଖଣ୍ଡରେ ୨୮୦୦ କୃଷ୍ଣସାର ମୃଗ ଅଛନ୍ତି। ତେଣୁ ସେମାନଙ୍କ ପାଇଁ ଖାଦ୍ୟାଭାବ ପରି ସମସ୍ୟାକୁ ଦୂର କରିବା ସହ ଦୁର୍ଘଟଣା ରୋକିବା ଲାଗି ଏପରି ପଦକ୍ଷେପ ନିଆଯାଇଥିବା ଡିଏଫ୍‌ଓ କହିଛନ୍ତି। ଯୋଜନା ସଫଳ ହେଲେ ଏହି ବିରଳ ପ୍ରାଣୀ ଆରାମରେ ବିଚରଣ କରିବା ସହ ତାଙ୍କର ବଂଶ ମଧ୍ୟ ବିସ୍ତାର ହୋଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.