ରଶ୍ମି ଦେଶାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସିଦ୍ଧାର୍ଥ ଶୁକ୍ଳା, ମିଡିଆ ସାମ୍ନାରେ ରଖିଲେ ପ୍ରସ୍ତାବ

ରଶ୍ମି ଦେଶାଇ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ସମ୍ପର୍କ କେମିତି, ତାହା ତ ସମସ୍ତେ ଜାଣିଛନ୍ତି। ଏହି ଦୁଇ ଜଣ ଏବେ ‘ବିଗବସ ୧୩’ରେ ନିଜର ଝଗଡା ବ୍ୟତୀତ ପ୍ରେମ ଭରା ଝଗଡା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ଏମାନଙ୍କ ଝଗଡା ଭିତରେ ରଶ୍ମି ସିଦ୍ଧାର୍ଥ ଶୁକ୍ଳାଙ୍କ ଘର ଲୋକଙ୍କୁ ଦେଖି ଭାବୁକ ହୋଇ କାନ୍ଦି ପକାଇଥିଲେ। ରଶ୍ମିଙ୍କୁ ଏମିତି କାନ୍ଦିବାର ଦେଖି ସିର୍ଦ୍ଧାର୍ଥ ମଧ୍ୟ ଭାବୁକ ହୋଇଯାଇଥିଲେ ଏବଂ ନିଜ ହାତରେ ରଶ୍ମିଙ୍କୁ ପାଣି ପିଆଇଥିଲେ। ଏହି ସବୁ ମଧ୍ୟରେ ବିଗ ବସର ଏକ ପ୍ରମୋ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଳା କଥା କଥାରେ ରଶ୍ମିଙ୍କୁ ବିବାହ କରିବାକୁ ଇସାରା ଦେଇଛନ୍ତି।

ମିଡିଆଙ୍କ ସହିତ ପ୍ରେସ ମିଟର ଏକ ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସାମ୍ବାଦିକ ଜଣଙ୍କ ରଶ୍ମିଙ୍କୁ ଅରହାନଙ୍କ ସହିତ ନିଜର ବ୍ରେକଅପ୍‌ ବିଷୟରେ ପ୍ରଶ୍ନ କରିଥିଲେ ଏବଂ ରଶ୍ମି ମଧ୍ୟ ବ୍ରେକଅପ୍‌ କଥା ସ୍ୱିକାର କରିଥିଲେ। ଏହାପରେ ସାମ୍ବାଦିକ ଜଣଙ୍କ କହୁଛନ୍ତି, ‘ଏହାର ଅର୍ଥ ଏବେ ବି ଆପଣ ସିଙ୍ଗଲ ଅଛ ଏବଂ ମିଙ୍ଗଲ ହେବା ପାଇଁ ପୂରା ପ୍ରସ୍ତୁତ ଅଛ।’ ଏହି ପ୍ରଶ୍ନରେ ରଶ୍ମି କିଛି କହିଲେ ନାହିଁ।

ଏହାପରେ ସାମ୍ବାଦିକ ଜଣଙ୍କ କହିଲେ, ‘ଏଠାରେ ସିଦ୍ଧାର୍ଥ ମଧ୍ୟ ଏଠାରେ ମିଙ୍ଗଲ ହେବା ପାଇଁ ପ୍ରସ୍ତୁତ। ’ ଏହାପରେ ସିଦ୍ଧାର୍ଥ କହୁଛନ୍ତି ସେ ଯଦି କିଛି କହିବେ ତ ଠିକ୍‌ ଅଛି। ଏହା କହି ସିଦ୍ଧାର୍ଥ ରଶ୍ମିଙ୍କ ଆଡକୁ ଚାହିଁଥିବା ନଜର ଆସିଲେ। ସେହିପରି ରଶ୍ମି ମଧ୍ୟ ତାଙ୍କୁ ଦେଖୁଥିବା ନଜର ଆସିଥିଲେ। ଏଥିରୁ ଜଣାପଡୁଛି ଯେ ଦୁହିଁଙ୍କ ଭିତରେ ଏବେ ସବୁ ଠିକ୍‌ ହେବାରେ ଲାଗିଛି। ଯଦି ସିଦ୍ଧାର୍ଥ ଏବଂ ରଶ୍ମିଙ୍କ ବିବାହ ହେଉଛି ତେବେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଖୁସିରେ ସୀମା ରହିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.