Below header

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ, ଶାଳୀନ ପୋଷାକ ନ ପିନ୍ଧିଲେ ପ୍ରବେଶ ମନା

ଦିଅଁ ଦର୍ଶନର ନୂଆ ବ୍ୟବସ୍ଥା। ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏଣିକି ଶାଳୀନତା ପୋଷାକ ନ ପିନ୍ଧିଲେ ପ୍ରବେଶ ମନା ।

ଦିଅଁ ଦର୍ଶନର ନୂଆ ବ୍ୟବସ୍ଥା। ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏଣିକି ଶାଳୀନତା ପୋଷାକ ନ ପିନ୍ଧିଲେ ପ୍ରବେଶ ମନା । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇ ମାସ ପୂର୍ବରୁ ଭକ୍ତଙ୍କୁ ସଚେତନ କରାଯାଉଛି । ଆସନ୍ତା କାଲି ଠାରୁ ଏହି ନିୟମ କଡାକଡି ଭାବେ ପାଳନ କରାଯିବ।

ଏହାପୂର୍ବରୁ ପୁରୀର ସ୍ୱଚ୍ଛାସେବୀ ସଙ୍ଗଠନ ବଡ ଦାଣ୍ଡ ସେବା ଅନୁଷ୍ଠାନ ପକ୍ଷରୁ ଶ୍ରୀ ମନ୍ଦିର ସିଂହ ଦ୍ୱାର ସମ୍ମୁଖରେ ଭକ୍ତ ମାନଙ୍କୁ ଧୋତି ପିନ୍ଧାଇ ଶାଳୀନତା ପୋଷାକ ପିନ୍ଧି ଶ୍ରୀମନ୍ଦିର ଆସିବା ଲାଗି ସଚେତନ କରାଇଛନ୍ତି l ସେପଟେ ମନ୍ଦିରକୁ ସ୍ବଛ ଏବଂ ପରିଷ୍କାର ରଖିବା ଲାଗି ପଲିଥିନ ଏବଂ ପ୍ଲାଷ୍ଟିକ ବାରଣ କରାଯାଇଛି।

ଜରି ଓ ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟ ବ୍ୟବହାର ନ କରି ସୁତା ବ୍ୟାଗ କିମ୍ବା ତାଳ ପତ୍ର ଭୋଗେଇରେ ସାମଗ୍ରୀ ନେବା ଲାଗି ସଚେତନ କରାଯାଉଛି l ନୂଆବର୍ଷରେ ଶ୍ରୀ କ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ନୂଆ ନିୟମକୁ ଶ୍ରଦ୍ଧାଳୁମାନେ ସ୍ୱାଗତ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.