ବହୁତ ସ୍ୱାଦିଷ୍ଟ କଡ଼ାଇ ଭେଣ୍ଡିର ସ୍ୱାଦ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

କଡ଼ାଇ ଭେଣ୍ଡି ଏକ ବଢ଼ିଆ ସହଜ ଓ ସ୍ୱାଦିଷ୍ଟ ରେସିପି । ଯାହାକୁ ଆପଣ ଲଞ୍ଚ ଏବଂ ଡିନର ଉଭୟରେ ଖାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ।

କଡ଼ାଇ ଭେଣ୍ଡି ଏକ ବଢ଼ିଆ ସହଜ ଓ ସ୍ୱାଦିଷ୍ଟ ରେସିପି । ଯେଉଁଥିପାଇଁ ଆପଣଙ୍କୁ କେବଳ ଭେଣ୍ଡିର ଆବଶ୍ୟକତା ପଡିବ । ଏହି ରେସିପିରେ ବେଶି କିଛି ଦରକାର ପଡିନଥାଏ, ଏହାକୁ କେବଳ କିଛି ଭାରତୀୟ ମସଲା ପକାଇ ପ୍ରସ୍ତୁତ କରାଯାଏ । ଯାହା ବହୁତ ସ୍ୱାଦିଷ୍ଟ ଲାଗେ । ଯାହାକୁ ଆପଣ ଲଞ୍ଚ ଏବଂ ଡିନର ଉଭୟରେ ଖାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକୀୟ ସାମଗ୍ରୀ:
୫୦୦ ଗ୍ରାମ ଭେଣ୍ଡି, ୨ ରୁ ୩ ଟି କଟା ପିଆଜ, ୧ ଟମାଟୋ, ୧ ଛୋଟ ଚାମଚ ଅଦା-ରସୁଣ ପେଷ୍ଟ, ୧ ଛୋଟ ଚାମଚ ହଳଦୀ ପାଉଡର, ୧ ଚାମଚ ଧନିଆ ପାଉଡର, ୧ ଚାମଚ ଲାଲ ଲଙ୍କା ପାଉଡର, ୨ ବଡ଼ ଚାମଚ ତେଲ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଭେଣ୍ଡିକୁ ଭଲ ଭାବରେ ଧୋଇ କାଟି ଦିଅନ୍ତୁ । ଏବେ ଏକ କଢ଼ାଇରେ ତେଲ ଗରମ କରି ଭେଣ୍ଡିକୁ ଡିପ ଫ୍ରାଏ କରନ୍ତୁ । ଏବେ ତେଲରେ ଜିରା ଓ କଟା ପିଆଜ ପକାଇ ଏହା ସୁନେଲି ରଙ୍ଗ ହେବ ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ କଟା ଟମାଟୋ ଓ ଅଦା, ରସୁଣ ପେଷ୍ଟ ପକାଇ ଭଲ ଭାବେ ରାନ୍ଧନ୍ତୁ । ଏବେ ଏଥିରେ ଗରମ ମସଲା ପକାଇ ପୁଣି ଭାଜନ୍ତୁ । ଏବେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ମସଲା ପ୍ରସ୍ତୁତ ହୋଇଗଲେ ଏଥିରେ ଫ୍ରାଏ ହୋଇଥିବା ଭେଣ୍ଡି ପକାଇ ଦିଅନ୍ତୁ । ଏହାକୁ ୨ ରୁ ୩ ମିନିଟ୍ ଯାଏ ଘୋଡ଼ାଇ ରଖନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି କଢ଼ାଇ ଭେଣ୍ଡି । ଏହା ଉପରେ ଧନିଆ ପତ୍ର ପକାଇ ଏହାକୁ ଗରମ ଗରମ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.