Below header

ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧା ରଙ୍ଗଲତା

ସ୍ୱାମୀ ଚାଲିଗଲେ ଆରପାରିକୁ । ପାଗଳା ଓ ପାଗିଳି ଅବସ୍ଥାରେ ପୁଅ ଝିଅ । କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ସହିତ ଆସେ। ଠିକ ଯେମିତି ବିଂଝାରପୁର ବାଙ୍ଗରା ଗାଁ ର ରଙ୍ଗଲତାଙ୍କ ମୁଣ୍ଡ ଉପରେ ଛିଡ଼ି ପିଡ଼ିଛି ଦୁଃଖର ପାହାଡ଼ । ଗୋଟିଏ ପରେ ଗୋଟିଏ ଦୁଃଖ ରେ ଭାଙ୍ଗି ପଡୁଛନ୍ତି ରଙ୍ଗଲତା। ସ୍ୱାମୀ ଆର ପାରିକୁ ଯିବା ପରେ ଏବେ ଝିଅ ଆଉ ପୁଅ ପାଗଳ ଅବସ୍ଥାରେ ଏଣେ ତେଣେ ବୁଲୁଛନ୍ତି ।

ଯାଜପୁର (କେନ୍ୟୁଜ୍‌): ସ୍ୱାମୀ ଚାଲିଗଲେ ଆରପାରିକୁ । ପାଗଳା ଓ ପାଗିଳି ଅବସ୍ଥାରେ ପୁଅ ଝିଅ । କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ସହିତ ଆସେ। ଠିକ ଯେମିତି ବିଂଝାରପୁର ବାଙ୍ଗରା ଗାଁ ର ରଙ୍ଗଲତାଙ୍କ ମୁଣ୍ଡ ଉପରେ ଛିଡ଼ି ପିଡ଼ିଛି ଦୁଃଖର ପାହାଡ଼ । ଗୋଟିଏ ପରେ ଗୋଟିଏ ଦୁଃଖରେ ଭାଙ୍ଗି ପଡୁଛନ୍ତି ରଙ୍ଗଲତା। ସ୍ୱାମୀ ଆର ପାରିକୁ ଯିବା ପରେ ଏବେ ଝିଅ ଆଉ ପୁଅ ପାଗଳ ଅବସ୍ଥାରେ ଏଣେ ତେଣେ ବୁଲୁଛନ୍ତି ।
ଘର ଚଳାଇବା ପାଇଁ  ତାଙ୍କୁ ସଂଘର୍ଷ କରିବାକୁ ପଡିଥିବା ବେଳେ ସେ ନିଜ ଛୁଆଙ୍କ ଚିକିତ୍ସା କଥା ଭାବି ପାରୁ ନାହାଁନ୍ତି। ପୁଅ କେତେବେଳେ କୋଉଠି ରହୁଛି କିଛି ଠିକଣା ନାହିଁ ତ ଝିଅ ଶଯ୍ୟାଶାୟୀ । ବୟସର ଅପରାହ୍ନରେ ପହଞ୍ଚି ଥିବା ରଙ୍ଗଲତା ନିଜ ଘର ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି । ହେଲେ ପୁଅ ଓ ଝିଅଙ୍କ ଚିକିତ୍ସା କରିବା ପାଇଁ ସାହସ ଜୁଟାଇ ପାରୁ ନାହାନ୍ତି । କାରଣ ଯେଉଁଠି ଘର ଚଳିବା କଷ୍ଟ ହେଉଛି ସେଠି ଝିଅର ଚିକିତ୍ସା କଥା କେମିତି ସମ୍ଭବ । ଅନ୍ୟପଟେ ରହିବା ପାଇଁ ମଧ୍ୟ ଭଲ ଘରଟିଏ ନାହିଁ । ଭାଗ୍ୟକୁ ଆଦରିକି ଭଙ୍ଗା ମାଟି ଆଜବେଷ୍ଟ ଘରେ ପାଲ ମାରି ଚଳୁଛନ୍ତି ପୁରା ପରିବାର । ଏଭଳି ପରିସ୍ଥିତିରେ ସରକାରଙ୍କ ଭତ୍ତା ଆଉ ଚାଉଳ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ତେଣୁ ଟିକିଏ ସହାଯ୍ୟ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ।
ରଙ୍ଗଲତାଙ୍କ ପରିବାର କହିଲେ ସ୍ବର୍ଗତ ଯୁଧିଷ୍ଠିର ପାଗଳ ଓ ରମାମଣି ପାଗଳ ଓ ତାଙ୍କ ଦୁଇ ଝିଅରେ ଗୋଟିଏ ପୁଅ । ହସ ଖୁସିର ସଂସାର ଥିଲା ହଠାତ ସ୍ୱାମୀଙ୍କର ଏକ ଅଙ୍ଗ ଅକାମି ହୋଇଗଲା ଆଉ ଚିକିତ୍ସା ଅଭାବରୁ ତାଙ୍କର ଦେହାନ୍ତ ହେବା ପରେ ପରେ ଝିଅ ମାନସିକ ରୋଗରେ ଆକ୍ରାନ୍ତ ହୋଇଗଲା । ଉଭୟ ପୁଅ ଓ ଝିଅଙ୍କୁ ଚିକିତ୍ସା କରିବା ପାଇଁ ଅଧିକ ଅର୍ଥ ଦରକାର । ହେଲେ ଏତେ ଅର୍ଥ ଆସିବ କେଉଁଠୁ ? ରଙ୍ଗଲତାଙ୍କୁ ଆଜିଯାଏଁ  କୌଣସି ସରକାରୀ ସହାୟତା ମିଳିନାହିଁ । ତେଣୁ ରଙ୍ଗଲତାଙ୍କୁ ସହାୟତା ଯୋଗାଇବା ପାଇଁ କୌଣସି ସହୃଦୟ ବ୍ୟକ୍ତିଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଞ୍ଝାରପୁର ବି ଡି ଓ ଦ୍ଵିବେନ୍ଦୁ କୁମାର ଦାସ ପ୍ରତିଶୃତି ଦେଇଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.