ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ SOP, ବିଏମସି ଗାଇଡଲାଇନ ଅନୁଯାୟୀ କଟକଣା ଜାରି

ଭୁବନେଶ୍ୱର : ବ୍ରିଟେନରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଯୋଗୁ ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରତିଷେଧମୂଳକ ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ । ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ SOP । ବିଏମସି ଗାଇଡଲାଇନ ଅନୁଯାୟୀ କଟକଣା ଜାରି କରାଯାଇଛି । ବିମାନ ବନ୍ଦରରେ ହେଲପ ଡେସ୍କ କରାଯାଇଛି । ଟର୍ମିନାଲରେ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା ହୋଇଛି । ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ପାଇଁ ସମସ୍ତ ବିମାନସେବାକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

୫୫ ବର୍ଷରୁ ଅଧିକ ବୟସ୍କଙ୍କ କୋଭିଡ ଆଣ୍ଟିଜେନ ଟେଷ୍ଟକରାଯାଉଛି । ଏହି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ କିମ୍ବା ଆଇସୋଲେସନରେ ରଖାଯିବ । ଏଥିସହ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ବାହାରିବ ସେମାନଙ୍କୁ ସାତ ଦିନ ପାଇଁ ଗୃହ ପୃଥକାବାସରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏନେଇ ଏୟାରପୋର୍ଟରେ ସ୍ୱତନ୍ତ୍ର ହେଲପ ଡେସ୍କ ଖୋଲିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆରଟିପିସିଆର ଟେଷ୍ଟ ପରେ ରେଜଲ୍ଟ ଆସିବା ଯାଏ ଯାତ୍ରୀମାନଙ୍କ ଅପେକ୍ଷା ପାଇଁ ଏୟାରପୋର୍ଟରେ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ପ୍ରତ୍ୟେକ ଦିନ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.