Below header

ସ୍ତନ୍ୟପାନ କରାଉଥିବା ମହିଳା ନିଜ ଭୋଜନରେ ସାମିଲ କରନ୍ତୁ ଏସବୁ ଖାଦ୍ୟ, ପିଲା ହେବ ସ୍ୱାସ୍ଥ୍ୟବାନ୍‌

ମା’ କ୍ଷୀର ଛୁଆ ପାଇଁ ଅମୃତ ହୋଇଥାଏ। ଏଣୁ ଛୁଆ ଜନ୍ମ ହେବା ପରଠୁ ତୁରନ୍ତ ମା’ କ୍ଷୀର ପିଆଇବାକୁ କୁହାଯାଏ। ମା’ କ୍ଷୀରରେ ପୁଷ୍ଟିସାର ଭରି ରହିଥାଏ, ଯାହା ଛୁଆର ଶାରୀରିକ ତଥା ମାନସିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ପିଲାକୁ କେବଳ ମା’ କ୍ଷୀର ହିଁ ପିଇବାକୁ ଦେବା ଉଚିତ୍‌। ତେବେ ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ବେଳେବେଳେ କିଛି ମା’ଙ୍କ ଶରୀରରେ କ୍ଷୀର ସୃଷ୍ଟି ହୋଇନଥାଏ। ଫଳରେ ଛୁଆ ପେଟପୂରା ଖାଦ୍ୟ ଖାଇପାରେ ନାହିଁ। ଯଦି ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି ତେବେ ବ୍ୟସ୍ତ ହୁଅନ୍ତି ନାହିଁ। ଆଜି ଆମେ ଆପଣଙ୍କୁ କେତେକ ଏଭଳି ସୁପରଫୁଡ୍‌ସ ବିଷୟରେ କହିବୁ ଯାହା ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ପ୍ରାକୃତିକ ଉପାୟରେ କ୍ଷୀର ସୃଷ୍ଟି ହେବ। ଆସନ୍ତୁ ଜାଣିବା କ’ଣ ସେସବୁ ଖାଦ୍ୟ…

ଦଲିଆ:

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଶରୀରରେ କ୍ଷୀରର ଗୁଣବତ୍ତା ବଢ଼ାଇବା ପାଇଁ ଦଲିଆ ଲାଭଦାୟକ ହୋଇଥାଏ। ଏହା ଶରୀରର ଆଇରନ୍‌ ଅଭାବକୁ ଦୂର କରିଥାଏ।

ଅଣ୍ଡା:

ଶରୀରରେ କ୍ଷୀର ସୃଷ୍ଟି ହେଉନଥିବା ମହିଳା ଅଣ୍ଡା ଖାଇବା ଉଚିତ। ଏଥିରେ ଭିଟାମିନ୍‌ ଏ, ଭିଟାମିନ୍‌ ବି ୧୨, ଭିଟାମିନ୍‌ ଡି ଆଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ନବଜାତ ଶିଶୁ ପାଇଁ ଲାଭଦାୟକ ହୋଇଥାଏ।

ଗାଜର:

ନବଜାତକର ସ୍ୱାସ୍ଥ୍ୟର ବିକାଶ ପାଇଁ ଭିଟାମିନ୍‌ ଏ ଅତ୍ୟନ୍ତ ଜରୁରୀ ହୋଇଥାଏ। ଏଥିପାଇଁ ଆପଣ ଗାଜର ଖାଇପାରିବେ।

ପାଳଙ୍ଗ:

ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ପାଳଙ୍ଗ ଓ ଅନ୍ୟ ଶାଗ ଖାଇବା ଲାଭଦାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଏଥିସହ କ୍ଷୀର ବଢ଼ାଇବାକୁ ଆପଣ ମାଛ, କମଳା, ବାଦାମ ଆଦି ମଧ୍ୟ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.