Below header

ଲ୍ୟାଣ୍ଡିଂ ପୂର୍ବରୁ ନାସା ଜାରି କଲା ମିଶନ ମଙ୍ଗଳର ଟ୍ରେଲର: ଫେବ୍ରୁଆରୀ ୧୮ରେ ଅବତରଣ କରିବ ରୋଭର

କେନ୍ଯୁଜ୍: ନାସାର ମିଶନ ମଙ୍ଗଳର ନୂଆ ଟ୍ରେଲର। ନାସା ପଠାଇଥିବା ପ୍ରିଜଭରାନସ ରୋଭର ଫେବ୍ରୁଆରୀ ୧୮ ତାରିଖରେ ମଙ୍ଗଳ ଗ୍ରହରେ ଅବତରଣ କରିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଦୁଇ ମାସରୁ କମ ସମୟ ବାକି। ଏହା ପୂର୍ବରୁ ନାସା ଜାରି କରିଛି ଏହି ମିଶନର ଟ୍ରେଲର।

ଯେଉଁଥିରେ ପ୍ରିଜରଭରାନସ କିପରି ଅବତରଣ କରିବ, ଲ୍ୟାଣ୍ଡ କରିବା ସମୟରେ କେଉଁଭଳି ସ୍ଥିତି ରହିଥିବ ସେ ସବୁ ଦର୍ଶାଯାଇଛି। ଗତ ଜୁଲାଇ ୩୦ ତାରିଖରେ ଆଟାଲସ ଭି ରକେଟ ସାହାଯ୍ୟରେ ପ୍ରିଜରଭରାନସ ରକେଟ ପଠାଯାଇଥିଲା। ମିଶନର ଉଦ୍ଦେଶ୍ୟ ରେଡ୍‌ ପ୍ଲାନେଟରେ ପ୍ରଚୀନ ଜୀବ ସତ୍ତାର ସନ୍ଧାନ କରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.