Below header

Xiaomi ଭାରତରେ ଲଞ୍ଚ କଲା ସ୍ମାର୍ଟ ଭ୍ଯାକୁମ କ୍ଲିନର, କିଣିଲେ ମିଳୁଛି ମାଗଣାରେ ୪ ହଜାର ଟଙ୍କାର Mi ସ୍ପିକର

ସାଓମୀ ଭାରତରେ ଲଞ୍ଚ କରିଛି Mi Robot Vacuum Mop –P । ଏହା ଘରକୁ ସଫାସୁତରା ରଖିବାରେ ଏକ ସ୍ମାର୍ଟ ଭ୍ଯାକୁମ କ୍ଲିନର। କମ୍ପାନୀ ଏହାକୁ ଓପନ ସେଲ୍ ଜରିଆରେ ଉପଲବ୍ଧ କରାଯାଉଛି। ଏହାକୁ କିଣିଲେ କମ୍ପାନୀ ଗ୍ରାହକଙ୍କୁ ଅଫର ମଧ୍ୟ ଦେଉଛି। ଏହି ଭ୍ଯାକୁମ କ୍ଲିନରକୁ କିଣିଲେ ୪ ହଜାର ଟଙ୍କାର ସ୍ପିକର ମାଗଣାରେ ଦେଉଛି କମ୍ପାନୀ।

ଏହି ଭ୍ଯାକୁମ କ୍ଲିନର ଘର ପାଇଁ ଅଲ୍ ଇନ ୱାନ କ୍ଲିନିଂ ସଲ୍ଯୁସନ। ଏହି କ୍ଲିନର ସାହାଯ୍ଯରେ ୨ଇନ ୧ ସ୍ବପିଙ୍ଗ ଏବଂ ମ୍ଯାପିଂ ଫଙ୍କସନରେ କାମ କରିଥାଏ। ଏହାକୁ ସ୍ମାର୍ଟ ଆପ୍ ଜରିଆରେ କଣ୍ଟ୍ରୋଲ କରାଯାଇପାରିବ।

xiaomi

ଏଥିରେ କ୍ବାର୍ଡ କୋର cortex-A7 ପ୍ରୋସେସର ଏବଂ ୧୨ ମଲ୍ଟି ଡାଇରେକ୍ସନଲ ସେନ୍ସର୍ସ ସହିତ ଲେଜର ଡିଷ୍ଟାନ୍ସ ସେନ୍ସର ଦିଆଯାଇଛି। ଏହା ଘରରର ସବୁ କୋଣରୁ ମଇଳା ଖୋଜି ଖୋଜି ସଫା କରିବାରେ ସକ୍ଷମ ହୋଇଥାଏ। ଏହାର ଦାମ୍ ୨୪,୯୯୯ ଟଙ୍କା ରହିଛି। ଗ୍ରାହକ ଏହାକୁ ସାଓମୀର ଅଧିକାରକ ୱେବସାଇଟ୍ରୁ କିଣିପାରିବେ। ଏହି କ୍ଲିନର ୩, ୫ ଏବଂ ୯ ମାସ ପାଇଁ ନୋ କଷ୍ଟ EMI ଅପସନରେ ଉପଲବ୍ଧ।

ଏହାକୁ କିଣିଲେ ଗ୍ରାହକଙ୍କୁ ୪ ହଜାର ଟଙ୍କାର Mi ସ୍ମାର୍ଟ ସ୍ପିକର ଫ୍ରିରେ କିଣିପାରିବେ। ଏହାକୁ ଭାରତୀୟ ଘର ହିସାବରେ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି। ସାଓମୀ ଭାରତରେ ଏବେ ଲାଇଫଷ୍ଟାଇଲ ପ୍ରଡକ୍ଟ ବିସ୍ତାର କରୁଛି। କମ୍ପାନୀ ପୂର୍ବରୁ ମାସ୍କ, ଟ୍ରିମର, ଇଲେଟ୍ରିକ ଟୁଥବ୍ରସ ଏବଂ ଏୟାର ପ୍ଯୁରିଫାଏର ଭଳି ଅନେକ ପ୍ରଡକ୍ଟ ଲଞ୍ଚ କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.