ଦେଶରେ ୩ ଲକ୍ଷ ତଳକୁ ଖସିଲା ସକ୍ରିୟ ମାମଲା, ୨୪ ଘଣ୍ଟାରେ ୨୩ ହଜାର ୯୫୦ ନୂଆ କେଶ

ନୂଆଦିଲ୍ଲୀ: କିଛି ଦିନ ହେବ ଦୈନିକ କରୋନା ସଂକ୍ରମିତ ସଂଖ୍ୟାରେ କମ ବେଶୀ ଦେଖାଦେବାରେ ଲାଗିଛି ।  ଗତ ୨୪ ଘଣ୍ଟା ଭିତରେ ୨୩ ହଜାର ୯୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି । ଯେବେକି ଦେଶରେ ସୁସ୍ଥ ସଂଖ୍ୟା ୯୬ ଲକ୍ଷ ପାର ହୋଇଛି ।  ଯେବେକି ସକ୍ରିୟ ମାମଲା ୩ ଲକ୍ଷ ତଳକୁ ଖସି ଆସିଛି । ବର୍ତ୍ତମାନ ସମୟରେ ୨ ଲକ୍ଷ ୮୯ ହଜାର ୨୪୦ ରହିଛି ସକ୍ରିୟ ମାମଲା ।  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୯୯ ହଜାର ୬୬ କୁ ବୃଦ୍ଧି ପାଇଛି ।  ଯେବେକି ୩୩୩ ଜଣ ରୋଗୀ ସଂକ୍ରମଣରେ ଜୀବନ ହାରିଛନ୍ତି ।  ଏହାକୁ ମିଶାଇ ଏଯାବତ ୧
ଲକ୍ଷ ୪୬ ହଜାର ୪୪୪ କୁ ବୃଦ୍ଧି ପାଇଛି ମୃତକ ସଂଖ୍ୟା ।

ମୋଟ ରୂପରେ ଦେଖିଲେ ଦେଶରେ ସଂକ୍ରମଣ ମୁକ୍ତ ରୋଗୀ ସଂଖ୍ୟା ୯୬ ଲକ୍ଷ ୬୩ ହଜାର ୩୮୨ ଛୁଇଁଛି ।  ଗତ ୨୪ ଘଣ୍ଟା ଭିତରେ ୨୬
ହଜାର ୮୯୫ ଜଣ ରୋଗୀ କରୋନା ମାତ ଦେଇ ଆରୋଗ୍ୟ ଲାଭ କରିଛନ୍ତି ।  ଯଦି ଧ୍ୟାନର ସହ ଦେଖିବେ ଜାଣି ପାରିବେ ସକ୍ରିୟ ମାମଲା ଓ ସୁସ୍ଥ ସଂଖ୍ୟା ମଧ୍ୟରେ ଅନ୍ତର ଦିନ କୁ ଦିନ ବଢ଼ିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.