ଶୋଇବା ସମୟରେ ମୁହଁରୁ ଲାଳ ବାହାରୁଛି କି? ଏହି ଉପାୟ ଆପଣାଇ ଦୂର କରନ୍ତୁ ସମସ୍ୟା

ଅଧିକାଂଶ ସମୟରେ ଆପଣମାନେ ଶୋଇଥିବା ସମୟରେ ପାଟିରୁ ଲାଳ ବାହାରୁଥିବାର ଲକ୍ଷ୍ୟ କରିଥିବେ । ଏହି ସମସ୍ୟା କେବଳ ଛୋଟ ପିଲା ନୁହେଁ ବରଂ ବଡ ଲୋକଙ୍କ ପାଖରେ ମଧ୍ୟ ଦେଖାଯାଇଥାଏ। ବାସ୍ତବରେ ମୁହଁରୁ ଲାଳ ବାହାରିବାର କାରଣ ଭୁଲ୍‌ ଖାଦ୍ୟପେୟ ସହିତ ଅନେକ ରୋଗର ସଂକେତ ମଧ୍ୟ ହୋଇପାରେ। ଏହିକାରଣରୁ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ । ଯାହାକୁ ବ୍ୟବହାର କରି ଆପଣ ଶୋଇବା ସମୟରେ ମୁହଁରୁ ବାହାରୁଥିବା ଲାଳ ସମସ୍ୟା ଦୂର କରିପାରିବେ।

ବୈଜ୍ଞାନିକଙ୍କ କହିବାନୁଯାୟୀ, ଜାଗ୍ରତ ରହିବା ସମୟ ତୁଳନାରେ ଶୋଇବା ସମୟରେ ଅଧିକ ଲାଳ ପ୍ରସ୍ତୁତ ହୋଇଥାଏ। ଲାଳକୁ ଏକ୍ସୋକ୍ରାଇନ୍‌ ଗ୍ରନ୍ଥି ମଧ୍ୟ କୁହାଯାଇଥାଏ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଜୀବାଣୁରୋଦୀ ଯୌଗିକ, ଏଂଜାଇମ ଏବଂ ପାଣି ଭଳି ଜିନିଷ ରହିଥାଏ। ଯେତେବେଳେ ଚେହେରାର ଶିରାଗୁଡିକ ଆରାମ କରିଥାନ୍ତି ସେତେବେଳେ ପାଟିରେ ଲାଳ ତିଆରି ହୋଇଥାଏ ଏବଂ ଏହା ଶୋଇବା ସମୟରେ ମୁହଁରୁ ବାହାରିବାକୁ ଲାଗିଥାଏ।

droolingଘରୋଇ ଉପଚାର

-ଡାଲଚିନିର ଚା’ ପ୍ରସ୍ତୁତ କରି ସେଥିରେ ଅଳ୍ପ ମହୁ ମିଶାଇ ସେବନ କରନ୍ତୁ। ଏକ ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ନିୟମିତ ରୂପେ ଏହାକୁ ସେବନ କରିବା ଦ୍ୱାରା ମୁହଁରୁ ବାହାରୁଥିବା ଲାଳ ସମସ୍ୟା ଦୂର ହୋଇଯାଇଥାଏ।

-ଖାଦ୍ୟ ଖାଇବା ପରେ ହାଲୁକା ଉଷୁମ ପାଣିରେ ଅଁଳା ପାଉଡର ମିଶାଇ ସେବନ କରନ୍ତୁ। ଏହାକୁ କିଛି ଦିନ ବ୍ୟବହାର କରିବା ପରେ ଆପେ ଆପେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ।

-ଦିନରେ ୩ ଥର ତୁଳସୀ ପତ୍ର ସେବନ କରିବା ଦ୍ୱାରା ମୁହଁରୁ ବାହାରୁଥିବା ଲାଳ ସମସ୍ୟାରୁ ମୁକ୍ତି ମିଳିଥାଏ।

-ସେହିଭଳି ପାଣିରେ ଫିଟିକିରି ଭଲଭାବେ ଗୋଲାଇ କୁଳି କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।

home-remediesପାଟିରୁ ବାହାରୁଥିବା ଲାଳ ଏହିସବୁ ରୋଗର ଦେଇଥାଏ ସଂକେତ

-ସାଇନସ୍‌ ଇନଫେକ୍ସନ୍‌

-ଟୋଂସିଲାଇଟିସ୍‌

-ନାକରେ ସଂକ୍ରମଣ ହେବା

-ସେହିଭଳି ଏସିଡିଟି ସମସ୍ୟା ଥିଲେ କିମ୍ବା ଶୋଇବା ସମୟରେ ଡରିଲେ ପାଟିରୁ ଲାଳ ବାହାରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.