Below header

ଡାକ ବିଭାଗରେ ଖାଲିପଡିଛି ୪୨୬୯ ପଦବୀ, ୧୦ମ ପାସ୍ କରିଥିବା ପ୍ରାର୍ଥୀ ବିନା ପରୀକ୍ଷାରେ କରନ୍ତୁ ଚାକିରି

ଆପଣ ୧୦ମ ପାସ୍ କରିଛନ୍ତି କି ? ଯଦି ଆପଣ ଦଶମ ପାସ୍ କରି ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ଖାଲିପଡିଛି ୪୨୦୦ରୁ ଅଧିକ ଚାକିରି। ଏହିସବୁ ପଦବୀରେ ନିଯୁକ୍ତି ପାଇଁ ୨୧ ଡିସେମ୍ବରରୁ ଅଧିକାରକ ନୋଟିଫିକେସନ ଜାରି ହୋଇସାରିଛି। କର୍ଣ୍ଣାଟକ ପୋଷ୍ଟାଲ ସର୍କଲ ଏବଂ ଗୁଜରାଟ ପୋଷ୍ଟାଲ ସର୍କଲ ପାଇଁ ଗ୍ରାମୀଣ ଡାକ ସେବକ ପାଇଁ ୪୨୬୯ ପଦବୀ ଖାଲି ପଡିଛି। ଆବେଦନ କରିବାର ଶେଷ ତାରିଖ ୨୦ ଜାନୁଆରୀ ୨୦୨୧ ରହିଛି।

ପଦବୀ ବିବରଣୀ: ୪୨୬୯

ଗୁଜରାଟ ପୋଷ୍ଟାଲ ସର୍କଲ : ୧୮୨୬

କର୍ଣ୍ଣାଟକ ପୋଷ୍ଟାଲ ସର୍କଲ: ୨୪୪୩

ଶିକ୍ଷାଗତ ଯୋଗ୍ଯତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ଯକ।

post office

ବୟସ ସୀମା: ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ଯକ।
ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା: ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମେରିଟ ଲିଷ୍ଟ ଆଧାରରେ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

http://www.appost.in/gdsonline/Home.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.